ପ୍ରେମରେ ଅନ୍ଧ ହୋଇ ସାଙ୍ଗ ନେଲା ସାଙ୍ଗର ଜୀବନ । ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଦୁଇ ଜଣ ନାବାଳକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ହେଲା ସଲମାନ ଓ ସେ ଏକ ଦୋକାନରେ କାମ କରୁଥିଲେ ବୋଲି ଜଣାପଡିଛି । ମୃତକ ଜଣକ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଗାର୍ଲଫ୍ରେଣ୍ଡ ସହ କଥା ହେବା ସହ ନିୟମିତ ମେସେଜ କରୁଥିବାରୁ ଉତ୍ୟକ୍ତ ହୋଇ ସେମାନେ ଏଭଳି କାଂଡ ଘଟାଇଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସଲମାନ ଦୁଇ ଅଭିଯୁକ୍ତଙ୍କ ସହ ନିୟମିତ ରୂପେ ମିଳାମିଶା କରୁଥିଲେ ଯଦ୍ୱାରା ଜଣଙ୍କର ଗାର୍ଲଫ୍ରେଣ୍ଡ ସହ ତାର ବନ୍ଧୁତା ସୃଷ୍ଟି ହୋଇଥିଲା । ନିଜ ଗାର୍ଲଫ୍ରେଣ୍ଡ ଫୋନରେ ସଲମାନର ମେସେଜ ଦେଖି ଅଭିଯୁକ୍ତ ସଲମାନଙ୍କୁୁ ସଂନ୍ଦେହ କରିଥିଲା ।
ସଲମାନଙ୍କ ମୃତ ଦେହ ତାଙ୍କ ଘର ନିକଟସ୍ଥ ଦରିଆଗଞ୍ଜ ଠାରୁ ଉଦ୍ଧାର କରାଯାଇଛି । ହତ୍ୟା ଅଭିଯୋଗରେ ସେମାନଙ୍କୁ ଥାନାରେ ଅଟକ ରଖା ଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି ।
ସଲମାନ ଦୁଇ ଅଭିଯୁକ୍ତଙ୍କ ସହ ନିୟମିତ ରୂପେ ମିଳାମିଶା କରୁଥିଲେ ଯଦ୍ୱାରା ଜଣଙ୍କର ଗାର୍ଲଫ୍ରେଣ୍ଡ ସହ ତାର ବନ୍ଧୁତା ସୃଷ୍ଟି ହୋଇଥିଲା । ନିଜ ଗାର୍ଲଫ୍ରେଣ୍ଡ ଫୋନରେ ସଲମାନର ମେସେଜ ଦେଖି ଅଭିଯୁକ୍ତ ସଲମାନଙ୍କୁୁ ସଂନ୍ଦେହ କରିଥିଲା ଏବଂ ଏକଥା ସେ ଅନ୍ୟ ସାଙ୍ଗକୁ ଜଣାଇଥିଲା । ସୁଯୋଗ ମିଳିଲେ ସଲମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ଦୁଇ ସାଙ୍ଗ ଚିନ୍ତା କରି ତାର ହତ୍ୟାର ଷଡଯନ୍ତ୍ର ରଚିଥିଲେ ବୋଲି କହିଛି ପୁଲିସ ।