ବନ୍ୟା ବିପନ୍ନଙ୍କ ପାଇଁ ମୁଲିଆ ସାଜିଲେ ଏହି ଦୁଇ ଉଚ୍ଚପଦସ୍ଥ ଅଧିକାରୀ ! ଉଠାଇଲେ ଚାଉଳ,ଡାଲି ବସ୍ତା ।

31

କେରଳରେ ତାଣ୍ଡବ ଖେଳାଇଥିବା ବନ୍ୟା ପରର ଦୃଶ୍ୟ ଅତ୍ୟନ୍ତ ଦୁଃଖଦାୟକ । ବର୍ତ୍ତମାନ ବନ୍ୟା ବିପନ୍ନଙ୍କ ପେଟରେ ଭୋକ ସାଙ୍ଗକୁ ଆଖିଆଗରେ ହତାଶାର ଚିତ୍ର ବାରି ହୋଇପଡୁଛି । ନିଜ ସାମର୍ଥ୍ୟ ଅନୁସାରେ ଯେ ଯାହା ପାରୁଛନ୍ତି କେରଳ ପୀଡିିତଙ୍କ ସୁବିଧା ପାଇଁ ଦାନ କରୁଛନ୍ତି । ଖାଦ୍ୟ,ପୋଷାକ ଠାରୁ ଆରମ୍ଭ କରି ପାନୀୟ ଜଳ ପର୍ଯ୍ୟନ୍ତ ପୀଡିତଙ୍କୁ ସବୁକିଛି ଯୋଗାଇ ଦିଆଯାଉଛି । କେଉଁଠି ବଧିରମାନେ ନିଜ ବୋଟକୁ ଉଦ୍ଧାର କାର୍ଯ୍ୟ ପାଇଁ ଲଗାଉଛନ୍ତି ତ ଆଉ କେଉଁଠି କିଏ ନିଜ ବିବାହ ତାରିଖକୁ ଘୁଞ୍ଚାଉଛନ୍ତି ଏହାର କାରଣ ଉକ୍ତ ସ୍ଥାନକୁ ଆଶ୍ରୟ ସ୍ଥଳୀ ଭାବରେ ବ୍ୟବହାର କରାଯାଇପାରିବ । ତେବେ ଇତି ମଧ୍ୟରେ ଦୁଇଜଣ ଆଇଏଏସ୍ ଅଫିସରଙ୍କ କାମ ସାମ୍ମାକୁ ଆସିଛି,ଯାହାଙ୍କ ପଟୋ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ।


 

ଏହି ଦୁଇ ଆଇଏଏସ୍ ଅଫିସର ହେଉଛନ୍ତି ଏମଜି ରାଜମଣିକ୍ୟମ୍ ଏବଂ ଏନଏସକେ ଉମେଶ୍ । ରିପୋର୍ଟ ମୁତାବକ ଏହି ଦୁଇ ଆଇଏଏସ୍ ଅଫିସର କେରଳକୁ ଆସୁଥିବା ଖାଦ୍ୟ ପଦାର୍ଥ ବସ୍ତାକୁ ଟଳ୍ରୁ ବାହାର କରି କ୍ୟାମ୍ପରେ ରଖୁଥିବା ନଜର ଆସିଥିଲେ । ସ୍ୱେଚ୍ଛାସେବୀଙ୍କ ଅଭାବରୁ ଦୁହେଁ ସ୍ୱୟଂ ଏଭଳି ବସ୍ତା ଟେକି ଆଣି କ୍ୟାମ୍ପରେ ଥୋଇଥିଲେ । ଅନ୍ୟପକ୍ଷରେ ଆଇଏଏସ୍ ଆସୋସିଏସନ୍ ମଧ୍ୟ ଟ୍ୱିଟ୍ କରି ଏହି ଦୁଇ ଅଧିକାରୀଙ୍କ ପ୍ରଶଂସା କରିଛନ୍ତି ।