ଦୁଇ ଗୋଷ୍ଠୀ ମୁହାଁମୁହିଁ । ଜଣେ ମୃତ, ଜଣେ ଗୁରୁତର

568

କନକ ବ୍ୟୁରୋ : ଗଞ୍ଜାମ ଜରଡା ଥାନା ଅନ୍ତର୍ଗତ ସାମନ୍ତିଆପଲ୍ଲି ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ । ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତେ ସେହି ପଂଚାୟତର ଆମ୍ବଗାଁର ।

ସୁଚନା ଅନୁଯାୟୀ, ପୂର୍ବ ଶତ୍ରୁତାରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି । ୯ ବର୍ଷ ତଳେ ହୋଇଥିବା ଏକ ହତ୍ୟାକାଣ୍ଡର ପ୍ରତିଶୋଧ ନେଇ ଜଣଙ୍କୁ ହତ୍ୟା କରିଛନ୍ତି ଅନ୍ୟ ଏକ ଗୋଷ୍ଠୀର ଲୋକ । ମୃତକଙ୍କ ନାଁ ଏମ.ରାମରାଓ । ତାଙ୍କ ଭାଇ ଏମ.କ୍ରିଷ୍ଣା ରାଇ ଓ ସମ୍ପର୍କୀୟ ଏମ.ଲାଛେୟା ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ପାତ୍ରପୁର ମେଡ଼ିକାଲରେ ଚିକିତ୍ସା କରାଯାଉଛି । ଆକ୍ରମଣ ପରେ ଘଟଣାରେ ସମ୍ପୃକ୍ତ ଥିବା ଲୋକ ଫେରାର ଅଛନ୍ତି । ଜରଡା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।