ମୁରାଦାବାଦରେ ଲକ୍ଷ୍ନୌ-ଆନନ୍ଦବିହାର ଡ଼ବଲ ଡ଼େକର ଟ୍ରେନ୍ ଲାଇନ୍ ଚ୍ୟୁତ । ଫସିରହିଥିବା ଯାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ଜାରି 

150

କନକ ବ୍ୟୁରୋ: ଟ୍ରାକରୁ ଖସିଲା ଟ୍ରେନ୍ । ଉତରପ୍ରଦେଶ ମୁରାଦାବାଦରେ ଲକ୍ଷ୍ନୌ-ଆନନ୍ଦବିହାର ଡ଼ବଲ ଡ଼େକର ଟ୍ରେନ୍ ଲାଇନ୍ ଚ୍ୟୁତ ହୋଇଛି । ଏହି ଘଟଣାରେ କିଛି ଯାତ୍ରୀ ଫସିରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯାତ୍ରୀଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ପହଂଚାଇବା ପ୍ରଥମ କାମ ବୋଲି କହିଛି ରେଲୱେ ।  ୪୧୫ ନମ୍ବର ଲେବଲକ୍ରସିଂ ଗେଟରେ ଏହି ଦୁର୍ଘଟଣା ଘଟିଛି । ସୁଚନା ଅନୁସାରେ ଲକ୍ଷ୍ନୌରୁ ଆନନ୍ଦବିହାର ଯାଉଥିବା ଏହି ଟ୍ରେନ୍ ସପ୍ତାହକୁ ୪ଦିନ ଚାଲିଥାଏ । ଲକ୍ଷ୍ନୌ ଜଙ୍କସନରେ ସକାଳ ୫ଟାରେ ପହଂଚଥାଏ ।

ରେଳବାଇ କହିବା ଅନୁସାରେ, ଲକ୍ଷ୍ନୌରୁ ଆନନ୍ଦବିହାରକୁ ଯାଉଥିବା ଡବଲ୍‌ ଡେକର୍‌ ଟ୍ରେନ୍‌ଟି ମୋରାଦାବାଦ ଏବଂ କତଘର ଷ୍ଟେସନ୍‌ ମଧ୍ୟରେ ଧାରଣାଚ୍ୟୁତ ହୋଇଛି। ଗେଟ୍‌ ନମ୍ବର ୪୧୫ ଲେବଲ କ୍ରସିଙ୍ଗ୍‌ ଠାରେ ଦୁର୍ଘଟଣା ଘଟିଛି। ଦିନ ୧୦: ୧୫ ସମୟରେ କତଘର ଏବଂ ମୋରାଦାବାଦ ଷ୍ଟେସନ୍‌ ମଧ୍ୟରେ ଟ୍ରେନ୍‌ର ପଞ୍ଚମ ଓ ଅଷ୍ଟମ ବଗି ଧାରଣାଚ୍ୟୁତ ହୋଇଛି। ରେଳବାଇର ଦଳେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ରେଳବାଇ ଅଧିକାରୀଙ୍କ କହିବା ଅନୁସାରେ, ପ୍ରଥମ ଗୁରୁତ୍ୱ ହେଲା ଯାତ୍ରୀମାନଙ୍କ ସୁରକ୍ଷା। ଯାତ୍ରୀମାନଙ୍କୁ ଟ୍ରେନ୍‌ର ସମ୍ମୁଖ ଭାଗକୁ ସ୍ଥାନାନ୍ତର କରାଯିବା ପରେ ଜରୁରୀକାଳୀନ ଭିତ୍ତିରେ ଟ୍ରେନ୍‌ ମୋରାଦାବଦକୁ ଯିବ। ସପ୍ତାହକୁ ୪ ଦିନ ଚଳପ୍ରଚଳ କରୁଥିବା ଏହି ଡବଲ୍‌-ଡେକର୍‌ ଟ୍ରେନ୍‌ ସକାଳ ୫ଟାରେ ଲକ୍ଷ୍ନୌ ଜଙ୍କ୍‌ସନ୍‌ ଛାଡ଼ି ଥିଲା।