ଆସନ୍ତାକାଲି ପୁଣି ଥରେ ପରସ୍ପରକୁ ଭେଟିବେ ମୋଦି-ଟ୍ରମ୍ପ

132

କନକ ବ୍ୟୁରୋ : ଜାପାନ୍ ଜି ୨୦ ବୈଠକରେ ଆସନ୍ତାକାଲି ରହିଛି ମୋଦି – ଟ୍ରମ୍ପ ସାକ୍ଷାତ । ଏହି ସାକ୍ଷାତ ଆଗରୁ ଟୁଇଟ୍ କରିଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି ଭାରତ ଆମେରିକା ଦ୍ୱିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗରେ ସେ ଭାରତରେ ଆମେରିକୀୟ ସାମଗ୍ରୀ ଉପରେ ବର୍ଧିତ ଟିକସ ପ୍ରସଙ୍ଗକୁ ଉଠାଇବେ । ପ୍ରତିରକ୍ଷା ଡିଲ୍ , ଭିସା, ଇରାନ ଠାରୁ ତୈଳ ଆମଦାନୀ ଏଭଳି ଅନେକ ପ୍ରସଙ୍ଗରେ ଭାରତ ଓ ଆମେରିକା ମଧ୍ୟରେ ମତ ପାର୍ଥକ୍ୟ ରହିଆସିଛି ।

source : The Indian Express

ଜାପାନରେ ଜି ୨୦ ବୈଠକ ଆଗରୁ ଭାରତ ଗସ୍ତରେ ଅଛନ୍ତି ଆମେରିକାର ବୈଦେଶିକ ସଚିବ ମାଇକେଲ୍ ପୋମ୍ପିଓ । ଗତକାଲି ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସହିତ ଆଲୋଚନା କରିଥିଲେ । ଏହି ବୈଠକ ପରେ ପୋମ୍ପିଓ କହିଥିଲେ ଯେ ମୋଦି ଓ ଟ୍ରମ୍ପଙ୍କ ଉଦ୍ୟମ ଭାରତ ଓ ଆମେରିକା ମଧ୍ୟରେ ସଂପର୍କକୁ ଅଧିକ ଦୃଢ କରିପାରିଛି ।

ଏଭଳି ସ୍ଥିତିରେ ଜି ୨୦ ବୈଠକରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିବେ ଆମେରିକା ରାଷ୍ଟ୍ରପତିଙ୍କୁ । ଆମେରିକା ଓ ଚାଇନା ମଧ୍ୟରେ ଟ୍ରେଡ୍ ୱାର, ମଧ୍ୟ ପୂର୍ବରେ ଉତେଜନା ଲାଗି ରହିବା ବିଶ୍ୱ ବାଣିଜ୍ୟକୁ ବାରମ୍ୱାର ଧକ୍କା ପହଁଚାଉଁଛି । ଭାରତ ଏସବୁ ଭିତରେ ପସିନଥିଲେ ମଧ୍ୟ ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ସଂପର୍କକୁ , ଏହି ଦ୍ୱିପାକ୍ଷିକ ସାକ୍ଷାତ ଆଗକୁ ନେବ ବୋଲି ଆକଳନ କରାଯାଉଛି ।