ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ରଜନୀକାନ୍ତ ସିଂ । ପ୍ରସ୍ତାବ ଆଣିଲେ ନବୀନ, ସମର୍ଥନ କଲେ ବିକ୍ରମ ।

259

କନକ ବ୍ୟୁରୋ : ଷୋଡଶ ବିଧାନସଭାର ନୂଆ ଉପବାଚସ୍ପତି ଭାବେ ନିର୍ବାଚିତ ହେଲେ ରଜନୀକାନ୍ତ ସିଂ । ସର୍ବସମ୍ମତି କ୍ରମେ ରଜନୀକାନ୍ତ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି । ରଜନୀକାନ୍ତଙ୍କୁ ଉପବାଚସ୍ପତି କରିବାକୁ ଗୃହରେ ପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଉ ଏହାପରେ ରଜନୀକାନ୍ତ ବିଧିବଦ୍ଧ ଭାବେ ଗୃହର ଉପବାଚସ୍ପତି ହୋଇଛନ୍ତି ।

ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ ୨୦୦୪ରୁ ଲଗାତାର ବିଧାନସଭାର ସଦସ୍ୟ ରହି ଆସିଛନ୍ତି । ତେଣୁ ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରୁ ରଜନୀକାନ୍ତ ସିଂଙ୍କୁ ଉପବାଚସ୍ପତି ପଦରେ ବସାଇବା ପାଇଁ ନିଷ୍ପତି ନେଇଥିଲା ଶାସକ ଦଳ । ଆଉ ସର୍ବସମ୍ମତିରେ ରଜନୀକାନ୍ତ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।