‘ଏହି ୩ଟି ମନ୍ଦିର ଆମକୁ ମିଳିଗଲେ ଆମେ କୌଣସି ମସଜିଦ୍ ଆଡକୁ ଭୁଲରେ ଚାହିଁବୁନି’… ରାମ ମନ୍ଦିର ଟ୍ରଷ୍ଟର କୋଷାଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ।

4,477

କନକ ବ୍ୟୁରୋ: ପୁଣେରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିଥିବା ଅବସରରେ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି । ‘ଅଯୋଧ୍ୟା ପରେ କାଶୀ, ମଥୁରାର ମନ୍ଦୀର ଆମକୁ ଶାନ୍ତିପୂର୍ଣ୍ଣ ଭାବେ ମିଳିଗଲେ ଆମେ ଆଉ କୌଣସି ମସଜିଦ ଆଡକୁ ଭୁଲରେ ବି ଚାହିଁବୁନି’ ବୋଲି କହିଛନ୍ତି ଦେବ ଗିରି ।

ସେ କହିଛନ୍ତି ଯେ, ହିନ୍ଦୁ ଅତୀତରେ ନୁହେଁ ବରଂ ଭବିଷ୍ୟକୁ ଚାହିଁ ବଞ୍ଚିବାକୁ ଚାହେଁ । ଦେଶର ଭବିଷ୍ୟତ ଭହେବା ଜରୁରୀ । ଏଥିପାଇଁ ଯଦି ବୁଦ୍ଧିମତାର ସହିତ ଏହି ୩ ସ୍ଥାନର ମନ୍ଦିର ଗୁଡିକୁ ହିନ୍ଦୁଙ୍କୁ ଦେଇଦିଆଯାଏ ତେବେ ଅନ୍ୟ ସବୁ କଥାକୁ ଭୁଲାଇଦିଆଯିବ ।

ଆଉ ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଦେବ ଗିରି କହିଛନ୍ତି ଯେ, ଏହି ସ୍ଥାନର ଲୋକଙ୍କୁ ସ୍ନେହର ସହ ବୁଝାଯିବ । କିଛି ସ୍ଥାନରେ ବୁଦ୍ଧିମାନ ଲୋକ ଥିବାବେଳେ ଆଉ କିଛି ସ୍ଥାନରେ ଅବୁଝା ଲୋକ ଅଛନ୍ତି । ସେମାନଙ୍କୁ ବୁଝାଇବାକୁ ଭିନ୍ନ ଭିନ୍ନ ଉପାୟ ଅନୁସରଣ କରାଯିବ । ୌକୌଣସି ଉପାୟରେ ଦେଶରେ ଶାନ୍ତି ପ୍ରତିଷ୍ଠା ହେବ ।