ଭ୍ରମଣ କରନ୍ତୁ ! ଚାପମୁକ୍ତ ରୁହନ୍ତୁ

86

ବୁୁଲାବୁଲି କରିବା ପାଇଁ କାହାକୁ ବା ଭଲ ନଲାଗେ । ଆମ ଭିତରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଖୁବ୍‌ ଭ୍ରମଣପ୍ରିୟ । ସେମାନେ ଏକା ହେଉ ବା ପରିବାର ବା ସାଙ୍ଗସାଥୀଙ୍କ ସହ ହେଉ ଭ୍ରମଣରେ ଯାଆନ୍ତି । ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାଯାଇଛି ଯେ ଆପଣଯେତେ ଅଧିକ ଯାତ୍ରା କରିବେ ସେତେ ବେଶୀ ଚାପମୁକ୍ତ ରହିବେ । ଅର୍ଥାତ ନିୟମିତ ଯାତ୍ରା କରୁଥିବା ଲୋକ ଚିନ୍ତାମୁକ୍ତ ରହିଥାଏ ଏବଂ ସେ ସୁଖୀ ହୋଇଥାଏ ।

ଓସ୍କାର ଓ୍ଵାଇଲ୍ଡ ପକ୍ଷରୁ ଏକ ଗବେଷଣା କରାଯାଇଥିଲା । ସେଥିରେ କୁହାଯାଇଛି ଯେ ଯେଉଁମାନେ ଏକାକୀ ଯାତ୍ରା କରିଥାନ୍ତି ସେମାନେ ଅଧିକ ଚାପମୁକ୍ତ ରହିଥାନ୍ତି । ଏଥିରେ କୁହାଯାଇଛି ଯେ ବ୍ୟକ୍ତି ଭ୍ରମଣ ବେଳେ ବିଭିନ୍ନ ନୂଆ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇଥାନ୍ତି । ସେମାନଙ୍କ ସହ ନିଜ ଭାବନାକୁ ସେୟାର କରିପାରନ୍ତି । ଖାଲି ସେତିକି ନୁହେଁ, ବ୍ୟକ୍ତି ଅନ୍ୟଠୁ ବି କିଛି ମଜାଦାର କଥା ଜାଣିବାର ସୁଯୋଗ ପାଏ । ପରିଣାମ ସ୍ୱରୂପ ଯାତ୍ରା କରୁଥିବା ଲୋକ ମନରେ ନୂଆ କଥା ଘର କରେ । ଏହା ତାକୁ ଚାପମୁକ୍ତ କରିବାରେ ସହାୟକ ହୋଇଥାଏ ।

ତେବେ ଏକା ଯାତ୍ରା କରିବା ସମୟରେ ଲୋକ ନିଜକୁ ଅନେକ ସମୟରେ ଅସୁରକ୍ଷିତ ଅନୁଭବ କରିଥାନ୍ତି । କିନ୍ତୁ ଏହା ଅଭ୍ୟାସଗତ ହେବାପରେ ସେହି ଡ଼ର ଆଉ ରହେ ନାହିଁ ବୋଲି ଏହି ଅଧ୍ୟୟନରେ କୁହାଯାଇଛି । ସପରିବାର ବି ଯାତ୍ରା କଲେ ମନ ଭଲ ରହେ । ଟିକେ ଭିନ୍ନ ଅନୁଭବ ଆସିଥାଏ । କିନ୍ତୁ ଏହି ଯାତ୍ରା ସମୟରେ ସବୁ ନିଷ୍ପତି ସାମୁହିକଭାବେ ନେବାକୁ ପଡ଼େ । ଏହା ଫଳରେ ନିଜର ସ୍ୱାଧୀନତା ହ୍ରାସ ପାଏ । କିନ୍ତୁ ଏକାକୀ ଯାତ୍ରାକାଳରେ ବ୍ୟକ୍ତି ସ୍ୱଚ୍ଛନ୍ଦ ରହେ । ଏଣୁ ଯିଏ ଯେତେ ଅଧିକ ସମୟ ଯାତ୍ରା କରିବ ସିଏ ସେତେ ଶାନ୍ତ ରହିବ ।