ଟ୍ରାଫିକ ନିୟମ ଭାଙ୍ଗିଲେ ପଛରେ ଗୋଡାଇ ଗୋଡାଇ ଧରୁଛନ୍ତି ଯମରାଜ ! ସଡକ ସୁରକ୍ଷାକୁ ନେଇ ବିରେଶ ଦେଉଛନ୍ତି ନିଆରା ସଚେତନତାର ବାର୍ତ୍ତା ।

41

ସଡକ ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗିଛି । ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶାରେ ଏହାର ପ୍ରଭାବ ଅଧିକ ରହିଛି । ସଡକ ଦୁର୍ଘଟଣା କମ କରିବା ଲାଗି ପ୍ରଶାସନ ତରଫରୁ ଅନେକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ଦେଖିବାକୁ ମିଳିପାରି ନାହିଁ । ଓଡିଶାକୁ ବାଦ ଦେଲେ ସଡକ ଦୁର୍ଘଟଣା ଏବଂ ଟ୍ରାଫିକ ନିୟମର ଉଲଙ୍ଘନକୁ ରୋକିବା ପାଇଁ ବାଙ୍ଗାଲୋର ପୋଲିସ ଏକ ନିଆରା ପଦକ୍ଷେପ ଗ୍ରହଣ କରିଛି । ଯଦି ଆପଣ ବାଙ୍ଗାଲୋର ରାଜ ରାସ୍ତା ଉପରେ ଗାଡି ଚଲାଉଛନ୍ତି ଏବଂ ଟ୍ରାଫିକ ରୁଲକୁ ଭାଙ୍ଗୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ହୋଇପାରେ ଆପଣଙ୍କ ପଛରେ ଯମରାଜ ପଡିଯାଇ ପାରନ୍ତି । ଏହି ଯମରାଜ ଥରେ ପଛରେ ପଡିଲେ ଏତେ ସହତଜରେ ପିଛା ଛାଡନ୍ତି ନାହିଁ । ଯେ ପର୍ଯ୍ୟନ୍ତ ଟ୍ରାଫିକ ନିୟମ ଭାଙ୍ଗିଥିବା ବ୍ୟକ୍ତି ତା ଭୁଲର ଅନୁତାପ ନକରିଛି ସେପର୍ଯ୍ୟନ୍ତ ଯମରାଜ ତା ପିଛା ଛାଡନ୍ତି ନାହିଁ ।

ପ୍ରକୃତରେ କହିବାକୁ ଗଲେ ଯାତାୟତର ନିୟମ ଭଙ୍ଗ କଲେ ଦୁର୍ଘଟଣାର ଶିକାର ହୋଇପାରନ୍ତି ବୋଲି ଲୋକମାନଙ୍କୁ ସଚେତନ କରିବା ପାଇଁ ବାଙ୍ଗାଲୋର ପୋଲିସ ଏପରି ଏକ ପଦକ୍ଷେପ ଗ୍ରହଣ କରିଛି । କେବଳ ସେତିକି ନୁହେଁ ଗାଡି ଚଲାଇବା ବେଳେ ହେଲମେଟ ଧାରଣ କରିନଥିବା ବ୍ୟକ୍ତିଙ୍କ ପଛରେ ମଧ୍ୟ ଯମରାଜ ଗଦା ଧରି ଗୋଡାଉଥିବାର ଦେଖାଯାଇଛି ।

ସୂଚନା ଅନୁଯାୟୀ, ରାସ୍ତାରେ ଯମରାଜଙ୍କୁ ମୁତ୍ତୟନ କରିବାର ଆଇଡିଆ ହଲାପୁର ଗେଟ ଯାତାୟତ ପୁଲିସର ଥିଲା । ସେଥିପାଇଁ ସେ ଜଣେ କଳାକାରଙ୍କୁ ଯମରାଜାଙ୍କ ପୋଷାକ ପିନ୍ଧାଇ ସଡକ ଉପରେ ମୁତ୍ତୟନ କରିଥିଲେ । ଯଦି କୌଣସି ବ୍ୟକ୍ତି ଟ୍ରାଫିକ ରୁଲ ଭାଙ୍ଗୁଥିଲା କିମ୍ବା ହେଲମେଟ ଧାରଣ ନକରି ରାସ୍ତାରେ ଗାଡି ଚଲାଉଥିବାର ନଜର ଆସୁଥିଲା ସେହି ସମୟରେ ଯମରାଜ ତାର ପିଛା କରି ତାଙ୍କୁ ଚେତାବନି ଦେଉଥିଲେ । ସେ କେବଳ ଚେତାବନି ଦେଉନଥିଲେ, ଲୋକମାନଙ୍କ ବେପରୁଆ ମନଭାବ ପାଇଁ କେତେ ଲୋକଙ୍କ ଜୀବନ ଯାଉଛି ତାହା ମଧ୍ୟ ଲୋକମାନଙ୍କୁ ଅବଗତ କରାଇଥିଲେ ।

ପୋଲିସର କହିବା ଅନୁସାରେ, ଦେଶରେ ସଡକ ଦୁର୍ଘଟଣା କାରଣରୁ ହେଉଥିବା ଅପମୃତ୍ୟୁକୁ ରୋକିବା ଏବଂ ଲୋକମାନଙ୍କୁ ସଚେତନ କରାଇବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ତେଣୁ ଆଶା କରାଯାଉଛି କି ଲୋକମାନେ ଏହାକୁ ଠିକ ଭାବେ ବୁଝି ଆଗକୁ ସଚେତନ ହୋଇପାରିବେ ।