ଉପାନ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର: ନବରଙ୍ଗପୁର ରାଇଘର ବ୍ଲକ ସ୍ୱାସ୍ଥ୍ୟକେନ୍ଦ୍ରରେ ମହଙ୍ଗା ପଡିଲା ଟର୍ଚ୍ଚ ଲାଇଟ୍ ଚିକିିତ୍ସା

66

କନକ ବ୍ୟୁରୋ: ଉପାନ୍ତ ଅଂଚଳରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ମହଙ୍ଗା ପଡିଲା ଟର୍ଚ୍ଚ ଲାଇଟ୍ରେ ଚିକିିତ୍ସା । ଗୁରୁତର ଅବସ୍ଥାରେ ଥିବା ରୋଗୀଟିର ଚିକିତ୍ସା ଚାଲିଥିବା ବେଳେ ଚାଲିଗଲା ଜୀବନ । ନବରଙ୍ଗପୁର ରାଇଘର ବ୍ଲକ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ଜଣକ ହେଉଛନ୍ତି ନାକଟିସିମୋଡା ଡିଏନକେ ଗାଁର ୧୭ ବର୍ଷର ନାବାଳକ ମିଲନ ଗାଇନ । ମିଲନ ଦୁର୍ଘଟଣାର ଶିକାର ହୋଇଥିବା ବେଳ ତାଙ୍କୁ ଉଦ୍ଧାର କରାଯ୍ଧବ ରାଇଘର ବ୍ଲକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ହେଲେ ଗତକାଲି ଶନିବାର ସକାଳ ୧୦ଟାରୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଥିଲା । ଫଳରେ ଡାକ୍ତର ଟର୍ଚ୍ଚ ଲଗାଇ ରୋଗୀଙ୍କ ଚିକିତ୍ସା କରିଥିଲେ । ମିଲନଙ୍କ ଅବସ୍ଥା ଗୁରୁତର ଥିଲେ ବି ବିଦ୍ୟୁତ୍ ନଥିବାରୁ ତାଙ୍କୁ ଅକ୍ସିଜେନ ଦିଆଯାଇପାରିନଥିଲା । ତେଣୁ ରୋଗୀଙ୍କ ଜୀବନ ଚାଲିଯାଇଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ପ୍ରାୟ ସମୟ ବ୍ଲକ ମୁଖ୍ୟ ଚିକତ୍ସାଳୟରେ ବିଦ୍ୟୁତ ନଥାଏ । ଏପରିକି ତାର ବିକଳ୍ପ ବ୍ୟବସ୍ଥା ନଥିବାରୁ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ତେବେ ତୁରନ୍ତ ମେଡିକାଲରେ ବ୍ୟାଟେରୀ ଅବା ଜେନେରେଟର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।