ନନ୍ଦନକାନନରେ ବାଘୁଣୀର ମୃତ୍ୟୁ ! ୧୮ ବର୍ଷ ବୟସରେ ଆଖି ବୁଜିଲା ବାଘୁଣୀ ରେବତୀ

50

କନକ ବ୍ୟୁରୋ: ନନ୍ଦନକାନନରେ ବାଘୁଣୀର ମୃତ୍ୟୁ । ୨୦ ଦିନ ଧରି ଅସୁସ୍ଥ ଥିବା ବାଘୁଣୀ ରେବତୀର ମୃତ୍ୟୁ ହୋଇଛି । ୧୮ ବର୍ଷ ବୟସରେ ତାର ମୃତ୍ୟୁ ଘଟିଛି । ଖାଦ୍ୟ ହଜମରେ ଅସୁବିଧା ଯୋଗୁଁ ଅସୁସ୍ଥ ହୋଇପଡିଥିଲା ରେବତୀ । ପାଖାପାଖି ୨୦ ଦିନ ଧରି ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଆଜି ତାର ମୃତ୍ୟୁ ହୋଇଛି । ରେବତୀର ମୃତ୍ୟୁ ପରେ ଏବେ ନନ୍ଦନକାନ ପ୍ରାଣୀ ଉଦ୍ୟାନର ବାଘ ସଫାରୀରେ ଆଉ ୨୪ଟି ବାଘ ଅଛନ୍ତି । ୧୨ଟି ପୁରୁଷ ଓ ୧୨ ମାଇ ବାଘୁଣୀ ଅଛନ୍ତି ।

ଉଲ୍ଲେଖ ଥାଉଁ କି, ନିକଟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଖୁଆଡ଼ ନମ୍ବର ୯୧ରେ ରହୁଥିବା କଲରାପତରିଆ ବାଘ ‘ସୂରଜ’ର ମୃତ୍ୟୁ ଘଟିଥିଲା । ‘ସୂରଜ’ର ହଠାତ୍ ବାନ୍ତି ହେବା କାରଣରୁ ଅସୁସ୍ଥ ହୋଇ ପଡ଼ିଥିଲା ଏବଂ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା । ତେବେ ସୁରଜର ବୟସ ୧୦ ବର୍ଷ ହେବ ବୋଲି ନନ୍ଦନକାନନ ପକ୍ଷରୁ କୁହାଯାଇଛି, ତାକୁ ସାଢ଼େ ୩ ବର୍ଷ ବୟସ ହୋଇଥିବା ବେଳେ ୨୦୧୦ରେ ଗୁଜୁରାଟର ସାକରାବାଗରୁ ଧାରା ଯାଇଥିଲା ।

୨୦୧୩ ମସିହାରେ ସୂରଜକୁ ନନ୍ଦନକାନନ ଅଣାଯାଇଥିଲା। ସୂରଜର ମୃତ୍ୟୁ ପରେ ନନ୍ଦନକାନନରେ କଲରାପତରିଆ ବାଘଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ବର୍ଷା, ବିଜୁ, ମଞ୍ଜୁ, ଅନିତା, ମଙ୍ଗଳଙ୍କ ସହ ନୂଆପଡ଼ାରୁ ଧରା ହୋଇ ଆସିଥିବା ଏକ ମାଈ ଓ ଅଣ୍ଡିରା କଲରାପତରିଆ ବାଘ ଅଛନ୍ତି ।