ମାଲେସିଆରେ ଫସି ରହିଛନ୍ତି ୩ ଓଡିଆ ଦାଦନ : କନକ ନ୍ୟୁଜକୁ ପଠାଇଲେ ଭୋକର ଭିଡିଓ

58

କନକ ବ୍ୟୁରୋ : ମାଲେସିଆରେ ବନ୍ଧା ପଡିଛି ଓଡିଆ ଦାଦନ । କଟକ ନିଆଳି ଅଂଚଳର ତିନିି ଜଣ ଦାଦନ ଘରକୁ ଫେରିବାକୁ ନେହୁରା ହେଉଛନ୍ତି । ହେଲେ କମ୍ପାନୀ କତୃପକ୍ଷ କେତେବେଳେ ଅଜସ୍ର ଟଂକା ଦାବି କରୁଛନ୍ତି ତ ଆଉ କତେବେଳେ ଦେଉଛନ୍ତି ହତ୍ୟାର ଧମକ । ଏଭଳି ଅବସ୍ଥାରେ ଥିବା ଦାଦନ କନକ ନ୍ୟୁଜକୁ ପଠାଇଛନ୍ତି ଏକ ଭିଡିଓ । ଯେଉଁଥିରେ ତାଙ୍କୁ ଘରକୁ ଫେରାଇଆଣିବାକୁ ନିବେଦନ କରୁଛନ୍ତି ।

ଫସିଥିବା ତିନି ଦାଦନ ହେଲେ ପ୍ରକାଶ ଚନ୍ଦ୍ର ସ୍ୱାଇଁ, ମନମୋହନ ଭୋଳ ଏବଂ ଚିରଂଜୀବ ରାଉତ । ୨୦୧୪ ଅଗଷ୍ଟରେ ବିଶାଖାପାଟଣା ଗୋଲ୍ଡଷ୍ଟାର ଇନଷ୍ଟିଚ୍ୟୁଟ୍ ମାଧ୍ୟମରେ ମାଲେସିଆ ଯାଇଥିଲେ । ୨ ବର୍ଷ ପାଇଁ ଏଗ୍ରିମେଂଟ କରିଥିଲା କମ୍ପାନୀ । ଦିନକୁ ୧୨ଶହ ଟଂକା ଦେବାକୁ କହିଥିଲା । ହେଲେ ମାସେ ଦୁଇ ମାସ ପରେ ସବୁ ବନ୍ଦ ହୋଇଗଲା ।

ଏବେ ୨ ବର୍ଷର ଚୁକ୍ତି ସରିବା ପରେ ବି ଘରକୁ ଫେରିବାକୁ ଅନୁମତି ଦେଉନି କମ୍ପାନୀ । ବରଂ ଏକ ଜଙ୍ଗଲିଆ ଅଂଚଳରେ ବନ୍ଦୀ ରଖିଛି । ବିଦେଶରେ ବନ୍ଧା ପଡିଛନ୍ତି ମୁଖିଆ । ଘରେ ଅଭାବୀ ପରିବାର । ଏସବୁ ଭିତରେ ଏବେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଦାଦନଙ୍କ ପରିବାର ।