ସୋର ଦେବଗିରି ପର୍ବତ ପାଦଦେଶରେ ଲୋକଙ୍କୁ ମିଳୁନି ପାଣି । ପିଇବା ପାଣି ପାଇଁ ଡହଳବିକଳ ଲୋକେ ।

65

କନକ ବ୍ୟୁରୋ: ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି ଗାଁର ଲୋକେ । ପାହାଡର ପାଦ ଦେଶରେ ରହୁଥିବା ଲୋକଙ୍କ ପାଇଁ ପାଣି ମୁନ୍ଦାଏ ଯେମିତି ମ୍ବପ୍ନ ପାଲଟିଛି । ଲୋକେ ବାଧ୍ୟ ହେଇ ଚୂଆ ଖୋଳି ପାଣି ପିଉଛନ୍ତି । ବାଲେଶ୍ୱର ସୋର ଦେବଗିରି ପର୍ବତ ପାଦ ଦେଶରେ ରହୁଥିବା ଲୋକେ ପାଣି ମୁନ୍ଦାଏ ପାଇଁ ମାଇଲ ମାଇଲ ବାଟ ଯାଉଛନ୍ତି । ଖରାଦିନ ଆସିଲେ ଜଳସ୍ତର ନିମ୍ନକୁ ଖସିଯାଏ । ଆଉ ଲୋକେ ବାଧ୍ୟ ହୋଇ ଗଡିଆ ଆଦିର ଦୂଷିତ ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତି । କିଛି ସ୍ଥାନରେ ଗଚ୍ଛିତ ପାଣିରୁ ପୋକ ବାହାରୁଥିବା ବେଳେ ଲୋକେ ବାଧ୍ୟ ହୋଇ ସେହି ପାଣିକୁ ବ୍ୟବହାର କରୁଛନ୍ତି ।

ଭଅଁରା ଗାଁରୁ ନେଇ ଜାତପଡା, ବାଉଁଶପାଳ ବନ୍ଧସାହି ଆଦି ପାହାଡତଳିଆ ଗାଁର ଲୋକେ ପାଣି ଯୋଗୁ ଡହଳବିକଳ ହୋଇ ମାଇଲ ମାଇଲ ବାଟ ଯାଉଛନ୍ତି ପାଣି ସଂଗ୍ରହ କରିବାକୁ । କିଛି ସ୍ଥାନରେ ପାନୀୟ ଜଳ ପ୍ରକଳ୍ପ ହୋଇଥିଲେ ବି ଅଧିକାଂଶ ପ୍ରକଳ୍ପ କାର୍ଯ୍ୟକାରୀ ନହୋଇ ବନ୍ଦ ପଡିଛି । ଆଉ କିଛି ସ୍ଥାନରେ ବୋରିଂ ଖୋଳାଯାଇଥିଲେ ବି ପାଣି ନମିଳିବାରୁ ତାହା ମଧ୍ୟ ବନ୍ଦ ରହିଛି । ଗାଁ ଲୋକେ ମେଗା ପ୍ରକଳ୍ପ ପାଇଁ ଦାବି କରୁଥିବା ବେଳେ ଯେଉଁ ଗାଁରେ ନଳକୂଅ ବି ନାହିଁ ସେଠାରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇବାକୁ ଦାବି କରିଛନ୍ତି ।