ମନ୍ମଥଙ୍କୁ ନିଲମ୍ବନ, ସୁରଙ୍କ ପ୍ରତିକ୍ରିୟା : କହିଲେ, ସାନପୁଅ ୨୪ରେ ଜଟଣୀରୁ ନିର୍ବାଚନ ଲଢିବ

323

କନକ ବ୍ୟୁରୋ : ମନ୍ମଥ ରାଉତରାୟଙ୍କ ସସପେଣ୍ଡକୁ ନେଇ ପ୍ରତିକ୍ରିୟା ରଖିଲେ ଜଟଣୀ ବିଧାୟକ ସୁର ରାଉତରାୟ । କହିଲେ, ସେ ଆଗରୁ କହିଛନ୍ତି ଏବେବି କହୁଛନ୍ତି ତାଙ୍କ ସାନ ପୁଅ ମନ୍ମଥ ୨୦୨୪ରେ ଜଟଣୀରୁ ନିର୍ବାଚନ ଲଢ଼ିବ । କଂଗ୍ରେସରୁ ଦଳରୁ ନିଲମ୍ବିତ ପାଇଁ ସେ ଦୁଃଖିତ । ଦଳର ଶୃଙ୍ଖଳା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି ।

ସେପଟେ, ନିଲମ୍ବନ ପରେ କନକ ନ୍ୟୁଜକୁ ମନ୍ମଥଙ୍କ ପ୍ରତିକ୍ରିୟା । କହିଲେ ଏ ନିଲମ୍ବନ ମୋତେ ଫରକ ପକାଇବନି । ମୁଁ ମୂଳରୁ ସଦସ୍ୟ ନଥିଲି, ନିଲମ୍ବନ ହେବି କ’ଣ ? ମୋତେ ନ ପଚାରି ମୋ ନାଁ ପିସିସି କମିଟିରେ ରଖାଯାଇଥିଲା । କଂଗ୍ରେସର ଖାମଖିଆଲି ନିଷ୍ପତ୍ତି ଦେଖି ହସ ଲାଗୁଛି ।

କଂଗ୍ରେସରୁ ନିଲମ୍ବିତ ହେଲେ ମନ୍ମଥ ରାଉତରାୟ । ଜଟଣି ବିଧାୟକ ସୁର ରାଉତରାୟଙ୍କ ପୁଅଙ୍କୁ କଂଗ୍ରେସ ନିଲମ୍ବନ କରିଛି । ନିକଟରେ ମନ୍ମଥ କହିଥିଲେ ତାଙ୍କର କୌଣସି ରାଜନୈତିକ ଦଳ ସହ ଲିଙ୍କ ନାହିଁ । ସେ ସ୍ୱାଧୀନ ବୋଲି କହିଥିଲେ । ଏହାପରେ ଦଳ ତାଙ୍କୁ ସୋ କଜ୍ ନୋଟିସ୍ ଜାରି କରିଛି । କୌଣସି ଜବାବ ନଦେବାରୁ ତାଙ୍କୁ କଂଗ୍ରେସ ନିଲମ୍ବନ କରିଛି ବୋଲି କହିଛି ।