ରାଜ୍ୟରେ ମେଡିକାଲ ଶିକ୍ଷା ପାଇଁ ବଢ଼ୁଛି ଆଗ୍ରହ : ନିଟରେ ଭଲ ନମ୍ବର ରଖୁଛନ୍ତି ରାଜ୍ୟ ବୋର୍ଡରୁ ପାସ୍ କରୁଥିବା ଛାତ୍ରଛାତ୍ରୀ

93

କନକ ବ୍ୟୁରୋ : ରାଜ୍ୟରେ ମେଡିକାଲ ଶିକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବଢୁଛି ଆଗ୍ରହ । ୨୦୧୯ରୁ ୨୦୨୨ ପରିସଂଖ୍ୟାନ ଅନୁସାରେ ଏଭଳି ସୂଚନା ମିଳିଛି । ଗତ ୪ ବର୍ଷର ନିଟ୍ ପରୀକ୍ଷାର୍ଥୀ ଏବଂ ଫଳାଫଳ ଅନୁସାରେ ଅଧିକରୁ ଅଧିକ ପରୀକ୍ଷାର୍ଥୀ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ପୂର୍ବାପେକ୍ଷା ଅଧିକରୁ ଅଧିକ ରାଜ୍ୟ ବୋର୍ଡରୁ ପାସ୍ କରୁଥିବା ଛାତ୍ରଛାତ୍ରୀ ନିଟରେ ଭଲ ନମ୍ବର ରଖିଛନ୍ତି ।

ପରିସଂଖ୍ୟାନ ଅନୁସାରେ ୨୦୧୯ରେ ୧୩ ଲକ୍ଷ ୯୦ ହଜାର ୧୫୧ ଜଣ ନିଟ୍ ପରୀକ୍ଷା ଦେଇଥିଲେ । ୨୦୨୨ରେ ଏହି ସଂଖ୍ୟା ୧୭ ଲକ୍ଷ ୩୭ ହଜାରରେ ପହଞ୍ଚିଛି । ଅର୍ଥାତ୍ ମେଡିକାଲ ପଢିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩ ଲକ୍ଷ ୪୬ ହଜାର ୮୪୯ ବଢିଛି । ପରିସଂଖ୍ୟାନ ଅନୁସାରେ ନିଟ୍ରେ ହାରାହାରି ମାର୍କ ୩୨୪ ରହୁଛି । ପଶ୍ଚିମବଙ୍ଗ, ରାଜସ୍ଥାନ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଓ ଗୋଆ ପରି ଓଡ଼ିଶା ରାଜ୍ୟ ବୋର୍ଡର ଛାତ୍ରଛାତ୍ରୀ ଉନ୍ନତ ପ୍ରଦର୍ଶନ କରୁଛନ୍ତି ।