କନକ ବ୍ୟୁରୋ: ତାଇୱାନକୁ ନେଇ ଆମେରିକା ଓ ଚୀନ୍ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ଆମେରିକା କଂଗ୍ରେସର ସ୍ପିକର ନେନ୍ସି ପେଲୋସିଙ୍କ ସମ୍ଭାବିତ ତାଇୱାନ ଯାତ୍ରାକୁ ନେଇ ଖପ୍ପା ହୋଇଛି ଚୀନ୍ । ନେନ୍ସିଙ୍କ ଯାତ୍ରା ତାଇୱାନ ପ୍ରସଙ୍ଗକୁ ଉସକାଉଥିବା ଅଭିଯୋଗ କରିଛି ଚୀନ୍ ।

ତାଇୱାନକୁ ନେଇ ଆମେରିକା ଓ ଚୀନ୍ ମୁହାଁମୁହିଁ ହୋଇଛନ୍ତି । ଗୁରୁବାର ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କଡା ଚେତାବନୀ ଦେଇଛି । ‘ନିଆଁରେ ଖେଳିଲେ ନିଜେ ହିଁ ଜଳିଯିବ’ ବୋଲି ବାଇଡେନଙ୍କୁ କହିଛନ୍ତି ଜିନପିଙ୍ଗ । ଗୁରୁବାର ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ପାଖାପାଖି ୨ ଘଣ୍ଟା କାଳ ଆଲୋଚନା ମଧ୍ୟରେ ଏପରି ଚେତାବନୀ ଦେଇଛନ୍ତି ଜିନପିଙ୍ଗ । ତେବେ ଏ ବାବଦରେ ଜିନପିଙ୍ଗ କୌଣସି ଆଲୋଚନା କରିବାକୁ ଚାହୁଁନଥିବାବେଳେ ବାଇଡେନଙ୍କ ଅନୁରୋଧ କ୍ରମେ ଏହି ବାର୍ତ୍ତାଳାପ ହୋଇଥିବା ଜଣାପଡିଛି ।