କଟକ ରେଳଷ୍ଟେସନରେ ଟ୍ରାକରୁ ଖସିଲା ଟ୍ରେନ । କ୍ଷୟକ୍ଷତିର କୌଣସି ସୂଚନା ନାହିଁ

177

କନକ ବ୍ୟୁରୋ : କଟକ ରେଳଷ୍ଟେସନରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ । ମାଲବାହୀ ଟ୍ରେନର ବଗି ଟ୍ରାକରୁ ଖସପଡିଛି । ତେବେ କ୍ଷୟକ୍ଷତିର କୌଣସି ସୂଚନା ନାହିଁ । ରେଳବାଇର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଘଟଣାର ଅନୁଧ୍ୟାନ ଚାଲିଛି । ବର୍ତମାନ ସେହି ଟ୍ରାକରେ ଟ୍ରେନ ଚଳାଚଳ ବନ୍ଦ ଅଛି ।
ମିଳିଥିବା ସୂଚନା ଅନୁସାରେ, ମାଲବାହୀ ଟ୍ରେନର ୩ଟି ବଗି ଲାଇଚ୍ୟୁତ ହୋଇଛି । ଏଥମଧ୍ୟରୁ ଗୋଟିଏ ବଗି ଟ୍ରାକରୁ ତଳକୁ ଖସିପଡିଛି । ଏହି ଦୁର୍ଘଟଣା ପାଇଁ ଅନ୍ୟ ଟ୍ରେନଗୁଡିକର ସମୟକୁ ପରିବର୍ତ୍ତନ କରାଯାଇଛି । ଦୁର୍ଘଟଣା କାରଣରୁ ଚରୋଟି ଟ୍ରାକ୍ ବନ୍ଦ ହୋଇଯାଇଛି । ପାଖରେ ଥିବା ଆଉ ଏକ ଟ୍ରେନ୍ ମଧ୍ୟ ଅଟକି ରହିଛି । ଯେପର୍ଯ୍ୟନ୍ତ ଟ୍ରାକ ସ୍ୱାଭାବିକ୍ ନହୋଇଛି ସେପର୍ଯ୍ୟନ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିବ ।