ଜଳିପୋଡି ପାଉଁଶ ହେଲା ଦୋକାନ । ଦୀର୍ଘ ସମୟ ପ୍ରୟାସ ପରେ ନିଆଁ ଲିଭାଇଲେ ଅଗ୍ନିଶମ ବିଭାଗ କର୍ମଚାରୀ ।

105

କନକ ବ୍ୟୁରୋ: ଚାହୁଁଚାହୁଁ ଜଳିଗଲା ସବୁକିଛି । କିଛି ସମୟ ଭିତରେ ଦୋକାନର ସବୁକିଛି ଜଳିପୋଡ଼ି ଝାରଖାର ହୋଇଯାଇଛି । ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରର ରାସ୍ତା କଡ଼ରେ ଏକ ଦୋକାନରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ନିଆଁ ଲାଗିବାରୁ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ଯାଇଥିବା ଅଭିଯୋଗ ହୋଇଛି । ତେବେ ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁସାରେ, ରାତି ପ୍ରାୟ ସାଢ଼େ ୯ଟା ବେଳେ ଦୋକାନରୁ ଧୂଅାଁ ବାହାରୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ । ପରେ ନିଆଁକୁ ଆୟତ୍ତ କରିବାକୁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ସେତେବେଳକୁ ଦୋକାନର ଅନେକ ସାମଗ୍ରୀ ପୋଡ଼ି ଜଳିଯାଇଥିଲା ।