ଖବର ବାଜିଲା, ପ୍ରଭାବ ପଡ଼ିଲା । ୯ ମାସ ଧରି ଭତ୍ତାରୁ ପାଇବାରୁ ବଞ୍ଚିତ ହୋଇଥିବା ଜନ ଜେନାଙ୍କୁ ମିଳିଲା ଭତ୍ତା । ସେବା କରୁଛନ୍ତି ସ୍ୱେଚ୍ଛାସେବୀ ।

81

କନକ ବ୍ୟୁରୋ: ଖବର ବାଜିଲା, ପ୍ରଭାବ ପଡ଼ିଲା । ୯ ମାସ ଧରି ଭତ୍ତାରୁ ପାଇବାରୁ ବଞ୍ଚିତ ହୋଇଥିବା ଜନଜେନାଙ୍କୁ ମିଳିଲା ଭତ୍ତା । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ରେମୁଣା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ତାଗିଦ୍ ପରେ ଜନ ଜେନାଙ୍କୁ ୯ମାସର ଭତା ବାବଦକୁ ୭ହଜାର ୭୦୦ ଟଙ୍କା ଦେଇଛନ୍ତି ବ୍ୟାଙ୍କ ପ୍ରତିନିଧି ।

ଏପରିକି ସ୍ୱେଚ୍ଛାସେବୀ ପହଞ୍ଚି ଜନ ଜେନାଙ୍କୁ ସଫା ସୁତୁରା କରି ଔଷଧ ଲଗାଇ ଡ୍ରେସିଂ କରି ନିତ୍ୟ ଆବଶ୍ୟକ ସାମଗ୍ରୀ ପାଇଁ ମଧ୍ୟ ସହାୟତାର ହାତ ବଢାଇଛନ୍ତି । ରେମୁଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅନ୍ୟ ଅଧିକାରୀଙ୍କ ସହ ଜନଙ୍କ ଘରେ ବଞ୍ଚିତ ସରକାରୀ ସହାୟତା ସହ ହ୍ୱ୍ିଲ ଚେୟାର ଯୋଗାଇ ଦିଆଯିବ ବୋଲି କହିଛନ୍ତି । ଜନ ଜେନା କ୍ୟାନ୍ସରରେ ପୀଡ଼ିତ ହୋଇ ଦୃଷ୍ଟିଶକ୍ତି ହରାଇବା ପରେ ଶରୀର ମଧ୍ୟ ଅଚଳ ହୋଇ ପଡ଼ିଥିଲା । ଯାହା ପରେ ଭତା ପାଇଁ ବ୍ୟାଙ୍କକୁ ଯାଇନପାରିବାରୁ ୯ମାସ ହେବ ଭତାରୁ ବଞ୍ଚିତ ହୋଇଥିଲେ । ଏ ନେଇ କନକ ନ୍ୟୁଜରେ ଖବର ପ୍ରସାରଣ ହୋଇଥିଲା ।