ଆଇସିସି, ଆଇଏନଡବ୍ଲୁଇସି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ଆଲୋଚନାଚକ୍ର । “ନୀତି, ପାଣ୍ଠି ଏବଂ ଲାଭ” ଉପରେ ଗୁରୁତ୍ୱ ।

37

କନକ ବ୍ୟୁରୋ: ଆଇସିସି, ଆଇଏନଡବ୍ଲୁଇସି ପକ୍ଷରୁ ମହିଳା ଉଦ୍ୟୋଗୀମାନଙ୍କ ନିମନ୍ତେ “ନୀତି, ପାଣ୍ଠି ଏବଂ ଲାଭ” ଉପରେ ଆଲୋଚନାଚକ୍ର ଆୟୋଜିତ ହୋଇଛି । ଶିଳ୍ପ ଉଦ୍ୟୋଗର ବିଶେଷ ଦିଗ ଉପରେ ଆଲୋଚନା କରିବା ପାଇଁ ଓ – ହବ୍ ଅଡିଟୋରିୟମ ଠାରେ ଶିଳ୍ପ ବିଶେଷଜ୍ଞ, ମହିଳା ଉଦ୍ୟୋଗୀ ଏବଂ ନୀତି ନିର୍ମାତା ମାନେ ଏକତ୍ରିତ ହୋଇଥିଲେ । ଆଇ ସି ସି,ଆଇ ଟି ଓ ଷ୍ଟାର୍ଟ ଅପ୍ କମିଟି ଏବଂ ଆଇ ସି ସି ଜାତୀୟ ମହିଳା ଉଦ୍ୟୋଗୀ ପରିଷଦ ଦ୍ୱାରା ଷ୍ଟାର୍ଟ ଅପ୍ ଓଡ଼ିଶା ସହଯୋଗ ଦ୍ୱାରା ସଫଳ ଭାବେ ଆୟୋଜିତ ହୋଇଯାଇଛି ।

କାର୍ଯ୍ୟକ୍ରମଟିରେ ଶିଳ୍ପ ଉଦ୍ୟୋଗର ବିଭିନ୍ନ ଦିଗରେ ଥିବା ନୀତି, ପାଣ୍ଠି ଏବଂ ଲାଭ ଆଦି ବିଷୟରେ ଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଷ୍ଟାର୍ଟ ଅପ୍ ଓଡ଼ିଶାର ନୀତିଗୁଡିକ ଉପସ୍ଥାପନା କରାଯାଇଥିଲା । ଯାହା କି ପରବର୍ତ୍ତୀ ସମୟରେ ମହିଳା ଉଦ୍ୟୋଗୀ ମାନଙ୍କୁ ରାଜ୍ୟରେ ସେମାନଙ୍କ ପାଇଁ ଉପଲବ୍ଧ ସୁବିଧା ସମ୍ପର୍କରେ ଅବଗତ କରାଇବା ସହ ତାଙ୍କ ନିମନ୍ତେ ଥିବା ବ୍ୟବସ୍ଥାର ଲାଭ ସେମାନଙ୍କୁ ଦେଇପାରିବ ।