ଶୁଭଶ୍ରୀଙ୍କ ମୃତ୍ୟୁପାଇଁ ପ୍ରେମିକ ଦାୟୀ। ପ୍ରେସମିଟରେ ବିସ୍ତୃତ ତଥ୍ୟ ରଖିଲେ ଭୁବନେଶ୍ୱର ଡିସିପି।

155

କନକ ବ୍ୟୁରୋ: ଭୁବନେଶ୍ୱର ଶୁଭଶ୍ରୀ ମହାପାତ୍ର ମୃତ୍ୟୁ ମାମଲାରେ ବଡ ଖୁଲାସା ହୋଇଛି । ବଏଫ୍ରେଣ୍ଡ ଚିତ୍ତରଞ୍ଜନଙ୍କୁ ଗିରଫ କରିଛି ପୋଲିସ । ଏନେଇ ପ୍ରେସମିଟରେ ସମସ୍ତ ତଥ୍ୟ ଦେଇଛନ୍ତି ଡିସିପି ପ୍ରତୀକ ସିଂହ । ଡିସିପି କହିଛନ୍ତି, ଚିତ୍ତରଞ୍ଜନ ଓ ଶୁଭଶ୍ରୀଙ୍କ ମଧ୍ୟରେ ସମ୍ପର୍କ ଥିଲା । ୨୦୧୯ରେ ଚିତ୍ତରଞ୍ଜନଙ୍କ ସମ୍ପର୍କରେ ଆସିଲେ ଶୁଭଶ୍ରୀ । ତେବେ ଶୁଭଶ୍ରୀଙ୍କ ସ୍ୱାମୀ ମଝିରେ ମଝିରେ ତାଙ୍କୁ ସନ୍ଦେହ କରୁଥିଲେ । ଚିତ୍ତରଞ୍ଜନ ଶୁଭଶ୍ରୀଙ୍କ ଘରକୁ ମଧ୍ୟ ଯାଉଥିଲେ ।

ସେହିଭଳି ଶୁଭଶ୍ରୀ ପ୍ରେମକୁ ନେଇ ଡିପ୍ରେସନରେ ରହୁଥିଲେ । ମୃୁତ୍ୟୁପୂର୍ବରୁ ଚିତ୍ତଙ୍କୁ ଜଣାଇଥିଲେ ଶୁଭଶ୍ରୀ । ଆଉ ତାଙ୍କ ମୃତ୍ୟୁ ପରେ ଚିତ୍ତ ସେଠାରେ ପହଞ୍ଚିଥିଲେ । ସେ ହିଁ ମୃତଦେହକୁ ତଳକୁ ଓହ୍ଲାଇଥିଲେ ଏବଂ ସେଠାରୁ ଫେରାର ହୋଇଯାଇଥିଲେ । ଚିତ୍ତରଞ୍ଜନଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ବିରୋଧରେ ୩୦୬ ଦଫା ଲାଗିଛି ।