ଆଲୁଅ ପାଇଁ ଆଲୁଅ ଖୋଜୁଛି ଦିବ୍ୟା : ଷ୍ଟେସନ ଲାଇଟରେ ପଢୁଛି ପାଠ
ଭାରତର ପୂର୍ବତନ ରାଷ୍ଟ୍ରପତି ତଥା କ୍ଷେପଣାସ୍ତ୍ର ନାୟକ ସ୍ୱର୍ଗୀୟ ଡକ୍ଟର ଏ.ପି.ଜେ. ଅବଦୁଲ କଲାମଙ୍କ ଭାଷାରେ “ଯଦି ସୂର୍ଯ୍ୟଙ୍କ ଭଳି ଚମକିବାକୁ ଚାହୁଁଛ ଆଗ ନିଜେ ସୂର୍ଯ୍ୟଙ୍କ ଭଳି ଜଳିବାର ସାହାସ ରଖ ‘। ଏହି ଉକ୍ତିକୁ ସାକାର କରିଛି ଓରାଇ ଉତରପ୍ରଦେଶର ଝିଅ ଦିବ୍ୟା ।
Kanak News is now on WhatsApp
Join and get latest news updates delivered to you via WhatsApp
କିଛି କରିବାର ନିଶା ତାକୁ ଜୀବନର କୈାଣସି ବି ପ୍ରତିକୂଳ ପରିସ୍ଥିତିରେ ହାର ମାନିବାକୁ ଦେଇନି ଏବଂ କଠିନ ପରିଶ୍ରମ କରି ପାଠ ପଢା କ୍ଷେତ୍ରରେ ଆଗକୁ ବଢି ଚାଲିଛି ଦିବ୍ୟା । ଦିବ୍ୟାର ଘରେ ବିଜୁଳିର ସୁବିଧା ନଥିବାରୁ ସେ ଦୈାଡି ଆସିଛି ରେଲୱେ ଷ୍ଟେସନର ଇନକ୍ୱାରି କାଂଉଟରକୁ ପାଠ ପଢିବା ପାଇଁ ।
ଆମ ଦେଶରେ ଏମିତି ଅନେକ ପିଲା ଅଛନ୍ତି ଯେଉଁମାନେ ପାଠ ପଢିବା ପାଇଁ ଏମିତି ସମସ୍ତ ପ୍ରକାର ସୁବିଧାରୁ ବଂଚିତ ହୋଇଥାନ୍ତି । କିନ୍ତୁ ଏଭଳି ପରିସ୍ଥିତିରେ କିଛି ପିଲା ମାନସିକ ସ୍ତରରେ ଭାଙ୍ଗି ପଡନ୍ତି , ମାତ୍ର ଦିବ୍ୟା ଏସମସ୍ତ ପରିସ୍ଥିତିକୁ ସାହାସର ସହିତ ହସି ହସି ମୁକାବିଲା କରିବାର ଅଜସ୍ର ସାହାସ ତା ଭିତରେ ଜୁଟାଇ ପାରିଛି ଏବଂ ପାଲଟିଯାଇଛି ସମସ୍ତଙ୍କ ପାଇଁ ଉଦାହରଣ ।