ସମୁଦ୍ର ଭିତରେ ଫାଟିଲା ଗ୍ୟାସ ପାଇପଲାଇନ । ରୁଷିଆର ଭୂମିକା ନେଇ ବଢୁଛି ସନ୍ଦେହ

450

କନକ ବ୍ୟୁରୋ : ବାଲଟିକ୍ ସମୁଦ୍ରରେ ନର୍ଡ ଷ୍ଟ୍ରିମ୍ ପାଇପଲାଇନ୍ରେ ଗ୍ୟାସ୍ ଲିକ୍ । ଗତ ୩୬ ଘଂଟା ଧରି ଗ୍ୟାସ୍ ପାଇପଲାଇନ ପାଖରେ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳିଛି । ସମୁଦ୍ର ଭିତରେ ଗ୍ୟାସ ଲିକ୍ ହେଉଥିବାରୁ ବିସ୍ଫୋରଣର ଚିତ୍ର ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ ରିପୋର୍ଟ ଅନୁସାରେ ସ୍ୱିଡେନ୍ ଓ ଡେନମାର୍କ ଦୁଇ ଦେଶ ସମୁଦ୍ର ଭିତରେ ହୋଇଥିବା ଏହି ବିସ୍ଫୋରଣକୁ ନେଇ ରିପୋର୍ଟ ଫାଇଲ କରିଛନ୍ତି ।

ସ୍ୱିଡିଶ ପ୍ରଶାସନର ସୂଚନା
– ଗ୍ୟାସ୍ ଲିକ୍କୁ ନେଇ ସ୍ୱିଡିଶ ନ୍ୟାସନାଲ ସିସ୍ମିକ୍ ନେଟୱର୍କର ଭୂମିକମ୍ପର ବିଶେଷଜ୍ଞଙ୍କ ସୂଚନା
– ବିସ୍ଫୋରଣ ପାଇଁ ହୋଇଛି ଗ୍ୟାସ୍ ପାଇପଲାଇନ ଲିକ୍
– ପ୍ରଥମ ବିସ୍ଫୋରଣ ସୋମବାର ରାତି ୨ଟା ୩ରେ
– ଦ୍ୱିତୀୟ ବିସ୍ଫୋରଣ ମଙ୍ଗଳବାର ସନ୍ଧ୍ୟା୭ଟା ୪ରେ
– ବିସ୍ଫୋରଣ ପାଇଁ ସମୁଦ୍ର ଭିତରେ ହେଉଛି ବିପୁଳ ପରିମାଣରେ ଗ୍ୟାସ ଲିକ୍

 

ସେପଟେ ଗ୍ୟାସ ପାଇପ ଲାଇନ୍ରେ ଲିକ୍ ନେଇ ରୁଷିଆକୁ ସିଧାସଳଖ ଭାବେ ଦାୟୀ କରୁଛି ୟୁରୋପୀୟ ସଂଘ । ୟୁରୋପୀୟ ଦେଶ ଏକ ସଙ୍ଗରେ କହିଛନ୍ତି, ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ ।