ବିଦ୍ରୋହୀ ଜି-୨୩ ଗୋଷ୍ଠୀଙ୍କ ଘନଘନ ବୈଠକ: ଦଳର ପୁର୍ନଗଠନ ପାଇଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେବ ଜି-୨୩

107

କନକ ବ୍ୟୁରୋ: ବିଦ୍ରୋହୀ ଜି-୨୩ ଗୋଷ୍ଠୀର ଘନଘନ ବୈଠକ । ୨୪ଘଂଟା ଭିତରେ ଜି-୨୩ ଗୋଷ୍ଠୀ ଦୁଇ ଥର ବୈଠକ କରିଛନ୍ତି । ବୁଧବାର ଦିନ ବିଦ୍ରୋହୀ ଗୋଷ୍ଠୀଙ୍କ ବୈଠକ ବସିଥିବା ବେଳେ ଆଜି ପୁଣି ବୈଠକ ଅଛି । ଦଳର ପୁର୍ନଗଠନ ପାଇଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦେବାକୁ ଜି-୨୩ ବୈଠକରେ ଆଲୋଚନା ହୋଇଛି । ଖୁବ ଶୀଘ୍ର ସୋନିଆ ଗାନ୍ଧୀଙ୍କୁ ଭେଟିବେ ଗୁଲାମ ନବୀ ଆଜାଦ । ଏବଂ ଦଳର ନେତୃତ୍ୱ ପରିବର୍ତନ ନେଇ ଆଲୋଚନା କରିବେ ବୋଲି ଜଣାପଡିଛି । ଏହାରି ଭିତରେ ସମସ୍ତଙ୍କ ନଜର ରହିଛି କଣ ହେବ କଂଗ୍ରେସର ଭାଗ୍ୟ । କାରଣ ତେଜୁଛି କଂଗ୍ରେସର ଅଭ୍ୟନ୍ତରୀଣ ବିବାଦ । ବୁଧବାର ଦିନ ଏହି ଅସନ୍ତୁଷ୍ଟ ଗୋଷ୍ଠୀଙ୍କ ମଧ୍ୟରେ ବୈଠକ ହୋଇଛି ।

ଜି-୨୩ଗୋଷ୍ଠୀର ନେତା ଗୁଲାମ ନବୀ ଆଜାଦଙ୍କ ବାସଭବନରେ ହୋଇଥିବା ବୈଠକରେ ଅନେକ ନେତା ଯୋଗ ଦେଇଥିଲେ । ତେବେ ଦଳରେ ବିଭାଜନ ସୃଷ୍ଟି କରିବା କୌଣସି ଉଦେ୍ଧଶ୍ୟ ନୁହେଁ ବରଂ ମୁଖ୍ୟ ପଦପଦବୀରେ ଥିବା ଗାନ୍ଧୀ ଅନୁଗତ ମାନଙ୍କୁ ହଟାଯିବା ଉଚିତ ବୋଲି ବୈଠକରେ ଚର୍ଚ୍ଚା ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏହି ଅନୁଗତମାନଙ୍କୁ ବିଦା କରି ଦଳର ପୁର୍ନଗଠନ ପାଇଁ ସୋନିଆ ଗାନ୍ଧୀଙ୍କୁ ପ୍ରସ୍ତାବ ଦିଆଯିବ ବୋଲି ବୈଠକରେ ଆଲୋଚନା ହୋଇଥିବା ସୂଚନା ମିଳିଛି । ଏନେଇ ଜି-୨୩ ଗୋଷ୍ଠୀର ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ ।