ଭୂମିକମ୍ପରେ ଦୋହଲି ଗଲା ଜାପାନ: ୨ମୃତ, ୮୮ ଆହତ । ରାଜଧାନୀ ଟୋକିଓରେ ବ୍ୟାପକ କ୍ଷୟକ୍ଷତି

87

କନକ ବ୍ୟୁରୋ: ଭୁମିକମ୍ପରେ ଦୋହଲିଗଲା ଜାପାନ । ରାଜଧାନୀ ଟୋକିଓ ନିକଟବର୍ତୀ ଅଂଚଳରେ ଗତକାଲି ରାତି ୧୧ଟା ୩୦ରେ ହୋଇଥିବା ଭୁମିକମ୍ପ ଯୋଗୁ ବ୍ୟାପକ କ୍ଷତି ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮୮ ଜଣ ଆହତ ହୋଇଛନ୍ତି । ରିକ୍ଟର ସ୍କେଲରେ ଭୁମିକମ୍ପର ତୀବ୍ରତା ୭ ଦଶମିକ ୩ ବୋଲି ରେକର୍ଡ କରାଯାଇଛି । ଭୁମିକମ୍ପର କେନ୍ଦ୍ରସ୍ଥଳ ଟୋକିଓରୁ ୨୯୭ କିଲୋମିଟର ଉତର ପଶ୍ଚିମରେ ବୋଲି କୁହାଯାଉଛି ।

ଭୁମିକମ୍ପର ତୀବ୍ରତା ଏତେ ଥିଲା ଯେ, ଏକ ବୁଲେଟ୍ ଟ୍ରେନ୍ ଟ୍ରାକ୍ରୁ ଖସି ଯାଇଥିଲା । ଏହି ସମୟରେ ବୁଲେଟ୍ ଟ୍ରେନ୍ରେ ୧୦୦ ଜଣ ଯାତ୍ରୀ ଥିଲେ । ଭୁମିକମ୍ପ ପରେ ଜାପାନ ପାଣିପାଗ ବିଭାଗ ପକ୍ଷରୁ ସୁନାମୀ ଆଲର୍ଟ ଜାରି କରାଯାଇଛି । ଭୁକମ୍ପ ଝଟ୍କା ପରେ ରାଜଧାନୀ ଟୋକିଓର ୨୦ ଲକ୍ଷ ଘର ଏବେ ଅନ୍ଧାରରେ । ୨୦ ଲକ୍ଷ ଘରେ ବିଦ୍ୟୁତ ସରବରାହ ବନ୍ଦ ହୋଇ ଯାଇଥିବା ଟୋକିଓ ବିଦ୍ୟୁତ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।