ବ୍ରହ୍ମପୁର ସହରରେ ଗ୍ରାହକ ସାଜି ସ୍ପିରିଟ୍ ଚୋରାଚାଲଣ ଧରିଲା ଅବକାରୀ ବିଭାଗ । ୧୭ ଶହ ୪୦ ଲିଟର ବେଆଇନ୍ ସ୍ପିରିଟ୍ ଜବତ, ୩ ଗିରଫ ।

74

କନକ ବ୍ୟୁରୋ: ଗ୍ରାହକ ସାଜି ସ୍ପିରିଟ୍ ଚୋରାଚାଲଣ ଧରିଲା ଅବକାରୀ ବିଭାଗ । ୧୭ ଶହ ୪୦ ଲିଟର ବେଆଇନ୍ ସ୍ପିରିଟ୍ ଜବତ କରାଯାଇଛି । ଘଟଣାରେ ଦାଦା ପୁତୁରାଙ୍କ ସହ ଆଉ ୩ ଜଣଙ୍କୁ ଗିରଫ କରଯାଇଛି । ଏହାସହ ସ୍କୁଟି ଜବତ କରିଛି ଅବକାରୀ ବିଭାଗ । ବ୍ରହ୍ମପୁର ସହର ଓ ଆଖପାଖ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ନକଲି ବିଦେଶୀ ମଦ ପାଇଁ ଏହି ସ୍ପିରିଟ ବ୍ୟବହାର କରାଯାଉଥିବା ଜଣାପଡ଼ିଛି । ତେଣୁ ସ୍ପିରିଟ୍ ଚୋରା ଚାଲାଣକୁ ଗ୍ରାହକ ସାଜି ଧରିଲେ ଅବକାରୀ ଗୁଇନ୍ଦା ବିଭାଗର ମହିଳା ଇନ୍ସପେକ୍ଟର ।

ଗଂଜାମ ଜିଲ୍ଲାରେ ଅସଲି ବୋତଲରେ ନକଲି ବିଦେଶୀ ମଦ ବିକ୍ରି କରୁଥିବା ବେପାରୀ ଧରାପଡ଼ିବା ପରେ, ମଦ ପ୍ରସ୍ତୁତିରେ ବ୍ୟବହାର ହେଉଥିବା ମୁଖ୍ୟ କଞ୍ଚାମାଲ ସ୍ପିରିଟ ଚେରକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିଲା ଅବକାରୀ ଗୁଇନ୍ଦା ବିଭାଗ । ଗତ ମାର୍ଚ୍ଚ ୩୧ ତାରିଖରେ ଅବକାରୀ ଗୁଇନ୍ଦା ବିଭାଗ ଦିଗପହଣ୍ଡି ନିକଟସ୍ଥ ଫାସିଗୁଡ଼ ଠାରେ ଏକ ନକଲି ବିଦେଶୀ ମଦ ବେପାରୀକୁ ଧରିଥିଲା । ହୋମିଓପ୍ୟାଥ୍ ସ୍ପିରିଟ ଚୋରାରେ ଆଣି ଘରେ ରଖି ନକଲି ବିଦେଶୀ ମଦ ତିଆରି କରୁଥିଲା ବେପାରୀ ଜଣକ । ମାଷ୍ଟରମାଇଣ୍ଡକୁ ଧରିବାକୁ ନୂଆ ଯୋଜନା କରିଥିଲା ଅବକାରୀ ବିଭାଗ । ଶେଷରେ ନିଜେ ଗ୍ରାହକ ସାଜିଥିଲେ ଗୁଇନ୍ଦା ମହିଳା ଇନ୍ସପେକ୍ଟର । ସେପଟେ ଆଜି ଭୋରରୁ ଗଜପତି ଜିଲ୍ଲା ଅଡବା ଓ ମୋହନା ଅଞ୍ଚଳରୁ ୧୦୫କିଲୋଗ୍ରାମ ଗଞ୍ଜେଇ ୟୁପି ଓ ବିହାର ଭଳି ବାହାର ରାଜ୍ୟକୁ ଏକ କାର ଯୋଗେ ଚୋରା ଚାଲାଣ ହେଉଥିଲା । ପୂର୍ବ ସୂଚନା ଅନୁସାରେ ଅବକାରୀ ଗୁଇନ୍ଦା ବିଭାଗର ଏକ ଟିମ୍ ବ୍ରହ୍ମପୁର ସହର ଉପଖଣ୍ଡରୁ ଉକ୍ତ କାର୍ ସହ ଗଞ୍ଜେଇ ଜବତ କରିବା ସହ ଏହି ମାମଲାରେ ୭ଜଣଙ୍କୁ ଗିରଫ କରିଛି ।