କଂଗ୍ରେସର କୋରାପୁଟ୍ ବନ୍ଦ ଡାକରା । ଆସନ୍ତା ୯ରେ ଧାରଣାରେ ବସିବ ଜିଲ୍ଲା କଂଗ୍ରେସ

136

କନକ ବ୍ୟୁରୋ : ଆସନ୍ତା ୯ ତାରିଖରେ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ କମିଟି । ଜୟପୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଓ ଜିଲ୍ଲାଭିତିକ ନିଯୁକ୍ତି ସମେତ ୫ ଦଫା ଦାବିରେ ୧୨ ଘଂଟା ବନ୍ଦ ପାଳନ କରାଯିବ । ଏନେଇ ଡିସିସି ସଭାନେତ୍ରୀ ମୀନାକ୍ଷୀ ବାହିନୀପତିଙ୍କ ସଭାପତିତ୍ୱରେ ସ୍ଥାନୀୟ ବାଙ୍କମଠରେ ପ୍ରସ୍ତୁତି ବୈଠକ ହୋଇଥିଲା ।

ବିଭିନ୍ନ ଦାବି ନେଇ ଗତ ୨୯ ତାରିଖରେ ଜୟପୁର ମୁଖ୍ୟ ଡାକଘର ନିକଟରେ କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା । ହେଲେ କୌଣସି ପଦକ୍ଷେପ ନିଆଯାଇନାହିଁ । ତେଣୁ ବନ୍ଦ ପାଳନ ପାଇଁ ନିଷ୍ପତି ନିଆଯାଇଥିବା ବୈଠକରେ ସୂଚନା ଦିଆଯାଇଛି ।