ଜଳଖିଆ ଦୋକାନୀ ସସ୍ମିତା ବେହେରା ହତ୍ୟା ଘଟଣା । ୨୩ ଦିନ ପରେ ଧରାପଡିଲା ଅଭିଯୁକ୍ତ । ଘୁଗୁନି ଖାଇବାକୁ ନେଇ ହୋଇଥିଲା ଛୁରାମାଡ ।

1,055

କନକ ବ୍ୟୁରୋ: ଚନ୍ଦକା ଗୋଠପାଟଣା ଅଞ୍ଚଳରେ ମହିଳା ଜଳଖିଆ ଦୋକାନୀ ସସ୍ମିତା ବେହେରାଙ୍କୁ ଛୁରୀ ଭୂସି ହତ୍ୟା ଘଟଣା । ହତ୍ୟା କରିଥିବା ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ଚନ୍ଦକା ଥାନା ପୋଲିସ । ଗିରଫ ଅଭିଯୁକ୍ତ ମିଥୁନ୍ ଜେନା । ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏଟ କରିଛି ଚନ୍ଦକା ଥାନା ପୋଲିସ । ଘଟଣା ସ୍ଥଳକୁ ଯାଇ ଡେମୋ ଦେଖାଇଛି ଅଭିଯୁକ୍ତ । ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ ଜବତ କରିଛି ପୋଲିସ ।

ଗତ ନଭେମ୍ବର ୭ ତାରିଖରେ ମହିଳାଙ୍କୁ ବିଭତ୍ସ ଭାବେ ଛୁରୀ ଭୁଷି ହତ୍ୟା କରାଯାଇଥିଲା । ମହିଳାଙ୍କୁ ଘରୁ ଡାକି ନେଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ମହିଳା ପରିବାର ସହ କ୍ରୀଷ୍ଣାପୁରୀ ଅଂଚଳରେ ରହୁଥିଲେ । ଗୋଠପାଟଣା ଅଂଚଳରେ ଏହି ଜଳଖିଆ ଦୋକାନ କରିଥିଲେ । ତେବେ ଘୁଗୁନି ଖାଇବାକୁ ନେଇ ପୂର୍ବରୁ ବିବାଦ ହୋଇଥିଲା । ଯାହା ପାଇଁ ସସ୍ମିତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।