ବୋରିଗୁମ୍ମା ବ୍ଲକରେ ଥମୁନି ଶିଶୁ ମୃତ୍ୟୁ। ୧୦ ଦିନରେ ଗଲାଣି ୬ ଶିଶୁଙ୍କ ଜୀବନ।

94

କନକ ବ୍ୟୁରୋ: ଥମୁନି ଶିଶୁ ମୃତ୍ୟୁ । ୧୦ ଦିନରେ ଗଲାଣି ୬ ଶିଶୁଙ୍କ ଜୀବନ । ମୃତ୍ୟୁର କାରଣ ଜଣାପଡୁନଥିବା ବେଳେ ଅକାଳରେ ଝଡିପଡୁଛି ଏହି ନିଷ୍ପାପ ଜୀବନ । କୋରାପୁଟ ବୋରିଗୁମ୍ମା ବ୍ଲକରେ ଗୋଟିଏ ପରେ ଗୋଟିଏ ଶିଶୁର ଜୀବନ ଚାଲିଯାଉଛି । ଜନ୍ମ ହେଉ ହେଉ କେଉଁଠି ଶିଶୁର ମୃତ୍ୟୁ ହେଉଛି ତ ଆଉ କେଉଁଠି ଦୁଇ ମାସର ଛୁଆର ମୃତ୍ୟୁ ହେଉଛି ।

ସଚେତନତା ଅଭାବରୁ ଏହି ଶିଶୁ ମୃତ୍ୟୁ ହେଉଥିବା କୁହାଯାଉଛି । ଆଦିବାସୀ ଅଧ୍ୟୁଷିତ ଅଂଚଳ ହେଉଥିବାରୁ ରୋଗୀମାନଙ୍କୁ ସଠିକ୍ ଭାବେ ମେଡିକାଲ ପହଂଚାଇବା ସମ୍ଭବ ହୋଇପାରୁନି ।