ଦୁଇରୁ ଅଧିକ ଲୋକଙ୍କୁ ମେସେଜ ଫରୱାର୍ଡ କଲେ ଏଣିକି ହ୍ୱାଟସଆପ୍ ପଚାରିବ ଏହି ପ୍ରଶ୍ନ ।

262

ଯେଉଁଭଳି ଭାବରେ ସ୍ମାର୍ଟଫୋନର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି, ସେହିଭଳି ଭାବେ ହ୍ୱାଟସଆୁ ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ୟ ବଢିଚାଲିଛି । ହ୍ୱାଟସଆପ ନିଜ ବ୍ୟବହାରକାରୀଙ୍କ ପାଇଁ କ୍ରମାଗତ ଭାବେ କିଛି ନା କିଛି ନୂଆ ନୂଆ ଫିଚର୍ସ ଆଣୁଛି । ନିକଟରେ କମ୍ପାନୀ ପକ୍ଷରୁ ଆଣ୍ଡ୍ରଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ ଷ୍ଟିକର୍ସ ରୋଲ ଫିଚର୍ସ ଅଣାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ହ୍ୱାଟସଆପ ଏବେ ମେସେଜିଙ୍ଗ ଆପରେ ଫରୱାର୍ଡ ପ୍ରିଭ୍ୟୁ ଟେଷ୍ଟିଙ୍ଗ କରୁଛି । ଦୁଇ ଜଣରୁ ଅଧିକ ଲୋକଙ୍କୁ ଏଣିକି କୌଣସି ମେସେଜ ଫରୱାର୍ଡ କରିବା ପୂର୍ବରୁ ଆପଣଙ୍କୁ ଏହି ଷ୍ଟେପ୍ ଦେଇ ଯିବା ପାଇଁ ପଡିବ ।

ଫରୱାର୍ଡ ପ୍ରିଭ୍ୟୁ ଫିଚର ଜରିଆରେ ୟୁଜର୍ସ କୌଣସି ବି ମେସେଜ ପଠାଇବା ପୂର୍ବରୁ ତାହାର ପ୍ରିଭ୍ୟୁ ଫରୱାର୍ଡକୁ ଦେଖିପାରିବେ । ଅର୍ଥାତ ୟୁଜର୍ସଙ୍କୁ କୌଣସି ଫଟୋ, ଟେକ୍ସଟ, ଭିଡିଓ କିମ୍ବା ଅନ୍ୟ କୌଣସି କଣ୍ଟେଣ୍ଟ ପଠାଇବା ପୂର୍ବରୁ ଆଉ ଏକ ଷ୍ଟେପ ଫଲୋ କରିବାକୁ ପଡିବ । ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ଏହି ଫିଚରକୁ ଆଣ୍ଡ୍ରଏଡ ବିଟା ଭର୍ସନ ୨.୧୮.୩୨୫ ରେ ଦେଖାଯାଇଛି । ଏହି ଫିଚର ଦ୍ୱାରା ୟୁଜର୍ସ କୌଣସି ମେସେଜ ପଠାଇବା ପୂର୍ବରୁ ଏହାକୁ ପ୍ରିଭ୍ୟୁ କରିପାରିବେ । ଏହା ଛଡା କମ୍ପାନୀ ଅନ୍ୟ କେତେକ ଫିଚର୍ସ ମଧ୍ୟ ବିଟା ଭର୍ସନରେ ଚେଷ୍ଟ କରୁଛି ।