ମହଙ୍ଗା ପଡିଲା ମର୍ଯ୍ୟାଦା ପୁରୁଷଙ୍କ ମାନହାନୀ ! ଭଦ୍ରକରେ ଜଳିଲା ସାମ୍ପ୍ରଦାୟିକ ନିଆଁ

20

କନକ ବ୍ୟୁରୋ : ଭଦ୍ରକରେ ସାମ୍ପ୍ରଦାୟିକ ଉତେଜନା । ସୋସିଆଲ ମିଡିଆରେ ରାମ ଓ ସୀତାଙ୍କୁ ଅଶ୍ଳିଳ କଂମେଟକୁ ନେଇ ଏହି ଉତେଜନା ଦେଖା ଦେଇଛି । ବଜରଙ୍ଗ ଦଳ ଓ ବିଶ୍ୱହିନ୍ଦୁ ପରିଷଦର କର୍ମୀମାନେ ଏହାର ତୀବ୍ର ବିରୋଧ କରିଛନ୍ତି । ସହରର କଲେଜ ଛକ ନିକଟରେ ବେଶ୍ କିଛି ସମୟ ଧରି ରାସ୍ତାରୋକ କରାଯାଇଥିଲା । ରାସ୍ତା ଉପରେ ଟାୟାର ଜାଳି ଘଟଣାର ପ୍ରତିବାଦ କରାଯାଇଥିଲା । ଉତେଜନା ଯୋଗୁଁ ସହରରେ ପରିସ୍ଥିତି ଏପରି ହୋଇଥିଲା ଦେ ଅଧିକାଂଶ ସ୍ଥାନରେ ଦୋକାନ ବଜାର ମଧ୍ୟ ବନ୍ଦ କରାଯାଇଥିଲା । ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର କର୍ମୀମାନେ ଗୈରୀକ ପତକା ଧରି ଥାନା ଆଗରେ ବିକ୍ଷୋଭ କରିଛନ୍ତି ।

ସୋସିଆଲ ମିଡିଆ ଫେସବୁକରେ ମୁସଲମାନ ସମ୍ପ୍ରଦାୟର ଜଣେ ଯୁବକ ଏହି ଅଶ୍ଳୀଳ କମେଂଟ କରିଥିବା ନେଇ ଅଭିଯୋଗ ହେବା ପରେ ସାରା ସହରରେ ନିଆଁ ଭଳି ଏହି ଖବର ବ୍ୟାପି ଯାଇଥିଲା । ବେଶ୍ କମ୍ ସମୟ ମଧ୍ୟରେ ଭଦ୍ରକ ଟାଉନ ଥାନା ଆଗରେ ପ୍ରତିବାଦକାରୀଙ୍କ ଗହଳି ବଢ଼ିବାରେ ଲାଗିଲା । ଆଇନଶୃଙ୍ଖଳା ପରିସ୍ଥତି ରକ୍ଷା କରିବାକୁ ଯାଇ ପୁଲିସ୍ ସାରା ସହରରେ ୧୪୪ ଧାରା ଜାରି କରିଛି । କୋ÷ଣସି ସ୍ଥାନରେ ଅଧିକ ସଂଖ୍ୟାରେ ଲୋକଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଉ ନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-