ସିସିଟିଭିରେ ଏଟିଏମରୁ ଟଙ୍କା ଲୁଟ ଉଦ୍ୟମର ଲାଇଭ୍ ଚିତ୍ର : ୟୁଟ୍ୟୁବ୍ ଭିଡିଓ ଦେଖି ଯୁକ୍ତ ତିନିର ଛାତ୍ର କରୁଥିଲା ଚୋରୀ ଉଦ୍ୟମ
କନକ ବ୍ୟୁରୋ : ସିସିଟିଭିରେ ଏଟିଏମରୁ ଟଙ୍କା ଲୁଟ ଉଦ୍ୟମର ଲାଇଭ୍ ଚିତ୍ର । ହାତରେ ଥିଲା ଚୁମ୍ବକ ଆଉ ଦୁଇଟି ଲୁହା ପାତିଆ । ମୁଖାପିନ୍ଧି ସମ୍ବଲପୁର ବୁଢ଼ାରଜା ଅଂଚଳରେ ଥିବା ୟୁକୋ ବ୍ୟାଙ୍କ୍ ଏଟିଏମକୁ ପଶିଥିଲେ ଯୁକ୍ତ ତିନିରେ ପାଠପଢ଼ୁଥିବା କମଲ ଚନ୍ଦ୍ର ମେହେର । ସାଥିରେ ନେଇ ଯାଇଥିବା ସରଞ୍ଜାମ ସହ ଏଟିଏମର ପ୍ରଥମ ଦ୍ୱାର ଖୋଲିବାକୁ ସକ୍ଷମ ବି ହୋଇଥିଲେ । ହେଲେ ଟଙ୍କା ଲୁଟ୍ କରି ଫେରାର ହେବା ପୂର୍ବରୁ ପଡ଼ିଗଲେ ପୁଲିସ୍ ହାବୁଡରେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଲୁଟ୍ ଉଦ୍ୟମରେ ଧରାପଡ଼ିଥିବା ଏହି କଲେଜ ଛାତ୍ର, ପୁଲିସ ଆଗରେ ଯେଉଁ ତଥ୍ୟ ରଖିଛନ୍ତି ତାହା ସମସ୍ତଙ୍କୁ ଚକିତ କରିଦେଇଛି । ବୟସ ମାତ୍ର ୧୯, ସମ୍ବଲପୁରର ପ୍ରତିଷ୍ଠିତ କଲେଜର ବାଇଲୋଜି ବିଭାଗରେ ଯୁକ୍ତ ତିନିର ଦ୍ୱିତୀୟ ବର୍ଷ ଛାତ୍ର । ହେଲେ ସହଜରେ ଟଂକା ପାଇବାର ନିଶା ତାଙ୍କୁ ସଜାଇ ଦେଇଥିଲା ଲୁଟେରା । ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ସନ୍ଦେହ ଘେରକୁ ଆସିଥିଲେ କମଲ । ଆଉ ଧରାପଡ଼ିଲା ପରେ ପଦାକୁ ଆସିଲା ତଥ୍ୟ ।
ସୋସିଆଲ ମିଡ଼ିଆ ଏବଂ ଇଂଟରନେଟର ଅପବ୍ୟବହାର କେମିତି ଅଳ୍ପ ବୟସର ପିଲାଙ୍କୁ ଭୁଲ ବାଟକୁ ଟାଣି ନେଉଛି, ତାର ଏକ ଉହାରଣ ହେଉଛି ସମ୍ବଲପୁର ଏହି ଲୁଟ୍ ଉଦ୍ୟମ ଘଟଣା ।