ଜୀବନ ଯୁଦ୍ଧ ହାରିଗଲା ତନ୍ମୟ  । ୫ ଦିନ ପରେ ଉଦ୍ଧାର ତନ୍ମୟର ମୃତ୍ୟୁ ହୋଇଥିବା ସ୍ପଷ୍ଟ କଲା ଜିଲ୍ଲା ପ୍ରଶାସନ । 

1,569

କନକ ବ୍ୟୁରୋ: ଜୀବନ ଯୁଦ୍ଧ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ । ଆଜି ସକାଳୁ ଏହି ଦୁଃଖଦ ଖବର ମିଳିଛି । ଗତ ୫ ଦିନ ଧରି ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ସହ ତନ୍ମୟକୁ ଉଦ୍ଧାର କରାଯିବା ପରେ ବି ବଞ୍ଚିପାରିନାହିଁ ତନ୍ମୟର ଜୀବନ । ବିତୁଲ ଜିଲ୍ଲା ପ୍ରଶାସନ ଏହି ସୂଚନା ଦେଇଛନ୍ତି ।

ଉଦ୍ଧାର ପରେ ତନ୍ମୟର ମୃତ୍ୟୁ ହୋଇଥିବା ଘୋଷଣା ହୋଇଛି । ଏହାପରେ ତନ୍ମୟର ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି । ସୂଚନା ମୁତାବକ, ତନ୍ମୟ ଯେଉଁ ସ୍ଥାନରେ ବୋରୱେଲରେ ଫଶିଥିଲା, ସେଠାରେ ପଥର ଛଟାଣ ଉଦ୍ଧାର କାର୍ଯ୍ୟରେ ବାଧକ ସାଧିଥିଲା । ମେଡିକାଲ ଟିମ୍ ଓ ରେସ୍କୁୃ୍ୟ ଟିମ୍ ତନ୍ମୟକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ଉଦ୍ଧାର କାର୍ଯ୍ୟରେ ଅଧିକ ସମୟ ଯୋଗୁଁ ଅଣନିଃଶ୍ୱାସୀ ହୋଇ ତନ୍ମୟର ମୃତ୍ୟୁ ହୋଇଥିବା କୁହାଯାଉଛି ।

 ଗତ ୬ ତାରିଖରେ ଖେଳୁଥିବାବେଳେ ବୋରୱେଲରେ ପଡିଯାଇଥିଲା ତନ୍ମୟ ।ଏହାପରେ ଏହି ଖବର ଜିଲ୍ଲା ପ୍ରଶାସନ ଓ ପୋଲିସ ପାଖରେ ପହଞ୍ଚିବା ପରେ ଘଟଣାସ୍ଥାନରେ ଉଦ୍ଧାର କାର୍ଯ୍ୟ ଜୋରଦାର ଚାଲିଥିଲା , ଯାହା ଉପରେ ସାରା ଦେଶର ନଜର ରହିଥିଲା । ହେଲେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲା କୁନି ପୁଅ ତନ୍ମୟ ।