ତେଲେଙ୍ଗାନାରେ ଖୋଳାହେଲା ନଡ୍ଡାଙ୍କ ପ୍ରତିକାତ୍ମକ କବର, ଜାଣନ୍ତୁ କିଏ ଓ କାହିଁକି କରିଛି ଏଭଳି କାମ

118

କନକ ବ୍ୟୁରୋ : ନେତାଙ୍କୁ ବିରୋଧ କରିବାର ତରିକା ଏବେ କେତେ ଉଗ୍ର ହେଉଛି ତାହା ଆପଣ ଏହି ଚିତ୍ର ଦେଖିବା ପରେ ଅନୁମାନ କରିପାରୁଥିବେ । କେଉଁଠି ନେତା ମନ୍ତ୍ରୀଙ୍କ ଉପରେ ଚପଲ ମାଡ ହେଉଛି ତ କେଉଁଠି ରାଲିରେ ଅଣ୍ଡାମାଡ । ହେଲେ ତେଲେଙ୍ଗାନରେ କିଛି ଲୋକ ନିଜର ଦାବି ପୁରଣ ନହେବାରୁ ସିଧା ସଳଖ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କର ଏକ ପ୍ରତିକାତ୍ମକ କବର ଖୋଳିଦେବା ସହ ସେଠାରେ ତାଙ୍କର ଫଟୋ ରଖି ତା ଉପରେ ଫୁଲମାଳ ଚଢାଇ ଦେଇଛନ୍ତି ।

ତେଲେଙ୍ଗାନାର ନଲାଗୋଣ୍ଡା ଜିଲ୍ଲାରେ କିଛି ଅଜଣା ବ୍ୟକ୍ତି ରାସ୍ତା ମଝିରେ ଜେ.ପି ନଡ୍ଡାଙ୍କ କବର ଖୋଳିବା ସହ ସେହି କବର ନିକଟରେ ନଡ୍ଡାଙ୍କ ଫଟୋ ରଖି ତା ଉପରେ ଫୁଲମାଳ ଚଢାଇ ଦେଇଛନ୍ତି । ସେମାନଙ୍କର ଦାବି ପୁରଣ ନହେବା କାରଣରୁ ଏଭଳି ଅଜବ ତରିକାରେ ବିରୋଧ କରାଯାଇଥିବା କଥା କୁହାଯାଉଛି ।

ଏହି ନକଲି କବର ନିକଟରେ ଏକ ପୋଷ୍ଟର ବି ଲଗାଯାଇଛି । ଯେଉଁଥିରେ ଲେଖାଯାଇଛି କି, ମୁନୁଗୋଡେର ଚୌତୁପ୍ପଲ ଅଞ୍ଚଳରେ ଫ୍ଲୋରାଇଡ ପ୍ରସମନ ଓ ଅନୁସନ୍ଧାନ କେନ୍ଦ୍ର ସ୍ଥାପନ କରା ନଯିବା କାରଣରୁ ଜେ.ପି ନଡ୍ଡାଙ୍କ ଧ୍ୟାନ ଆକର୍ଷଣ କରିବାକୁ ଏଭଳି କରାଯାଇଛି ।

 

ଏସବୁ ଭିତରେ ବିଜେପି ତରଫରୁ ତେଲେଙ୍ଗାନା କ୍ଷମତାରେ ଥିବା ଟିଆରଏସକୁ ଟାର୍ଗେଟ୍ କରିଛି । ବିଜେପି କହିଛନ୍ତି କି ମୁନୁଗୋଡାରେ ଫ୍ଲୋରାଇଡ ପ୍ରସମନ କେନ୍ଦ୍ର ସ୍ଥାପନ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ନିଜ ବିଫଳତାକୁ ଲୁଚାଇବାକୁ ଟିଆରଏସ ଏଭଳି ନିନ୍ଦନୀୟ କାର୍ଯ୍ୟ କରୁଛି ବୋଲି ବିଜେପି ଅଭିଯୋଗ କରିଛି ।