ସମୟ ବିତୁଛି, ସସପେନ୍ସ ବଢୁଛି ଆଉ ବିଜେପି କରୁଛି ପ୍ରଶଂସା : ବୈଜୟନ୍ତଙ୍କୁ ନେଇ ରାଜ୍ୟ ରାଜନୀତିରେ ବଢୁଛି ଦ୍ୱନ୍ଦ

31

କନକ ବ୍ୟୁରୋ : ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିରେ ପ୍ରସାରିତ ଏହି ଖବରକୁ ଗୋଟିଏ ଦିନ ବିତିଲାଣି, ହେଲେ ନା’ ସାଂସଦ କୌଣସି ଟ୍ୱିଟ୍ କରୁଛନ୍ତି, ନା’ କୌଣସି ସ୍ପଷ୍ଟ ସୂଚନା ଦେଉଛନ୍ତି । ଏହାରି ଭିତରେ ବିଜେପିର ଆଭିମୁଖ୍ୟ ରାଜନୀତିକୁ ସରଗରମ କରିଛି ।

ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିରବତାକୁ ନେଇ ଗୋଟିଏ ପଟେ ସନ୍ଦେହ ବଢୁଥିବା ବେଳେ ଆଉ ଗୋଟିଏ ପଟେ ଅବେଳାରେ ବିଜେପିର ପ୍ରଶଂସା ଆଉ ଗୋଟିଏ ଦିଗ ଆଡକୁ ଇସାରା କରୁଛି । ଆଜି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାମ କ୍ରିପାଲ ଯାଦବ, ବୈଜୟନ୍ତଙ୍କୁ ସାର୍ଟିଫିକେଟ୍ ଦେବାକୁ ଯାଇ କହିଛନ୍ତି- ପଣ୍ଡା ଜୀ ବହୁତ ଭଲ ଲୋକ ।ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗ ଦେବା ଚର୍ଚ୍ଚା କିଛି ନୂଆ କଥା ନୁହେଁ । କିନ୍ତୁ ରିପବ୍ଲିକ୍ ଟିଭିର ଖବର ପ୍ରସାରଣ ପରେ ଭିତରେ ଭିତରେ ହେଉଥିବା ଏହି ଚର୍ଚ୍ଚା ଏବେ ଖୋଲାଖୋଲି ଚାଲିଛି । ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ ସ୍ଥିତିକୁ ଆହୁରି ଗୋଳମାଳିଆ କରିଛି ।

ଓଡ଼ିଶାକୁ ଆଗେଇ ନେବାକୁ ପ୍ରତିବଦ୍ଧ ଥିବା ନେତାକୁ ଦଳରେ ସ୍ୱାଗତ କରାଯିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହୁଥିବା ବେଳେ ରାଜ୍ୟ ସ୍ତରୀୟ ବିଜେପି ନେତା କହୁଛନ୍ତି, ବିଜେଡ଼ି ନେତା ଦଳରରେ ଅଣନିଶ୍ୱାସୀ ହୋଉଯାଉଛନ୍ତି । ଆଉ ଏହି ପ୍ରସଙ୍ଗରେ ଦାମ ରାଉତ କହିଛନ୍ତି-ଦଳ ଛାଡ଼ିଲେ, ପଦ ପଳାଇବ । ସମୟ ବିତୁଛି ସସପେନ୍ସ ବଢୁଛି, ଆଉ ବିଜେପି ପ୍ରଶଂସାରେ ପୋତୁଛି । ସାଂସଦଙ୍କ ରାଜନୈତିକ ସଚିବ କହୁଛନ୍ତି, ଆମେ ଏବାବଦରେ ଅବଗତ ନାହୁଁ । ଏ ଉତ୍ତର ଓଡିଶାବାସୀଙ୍କ ମନରେ ଥିବା ଦନ୍ଦ୍ୱକୁ ଦୂର କରିପାରୁନଥିବା ବେଳେ ,ଅନେକ ପ୍ରଶ୍ନକୁ ସାମ୍ନାକୁ ଆଣୁଛି ।