ତିନି ତଲାକ ମାମଲାରେ ଆଜି ପ୍ରକାଶ ପାଇବ ସୁପ୍ରିମକୋର୍ଟଙ୍କ ଚୂଡାନ୍ତ ରାୟ !
କନକ ବ୍ୟୁରୋ : ବହୁଚର୍ଚ୍ଚିତ ତିନି ତଲାକ ମାମଲାରେ ସୁପ୍ରିମ୍ କୋର୍ଟ ରାୟ ଆଜି ପ୍ରକାଶ ପାଇବ। ପ୍ରଧାନ ବିଚାରପତି ଜଷ୍ଟିସ ଜେଏସ୍ ଖେହରଙ୍କ ଅଧ୍ୟକ୍ଷତାରେ ୫ ଜଣ ବିଚାରପତିଙ୍କୁ ନେଇ ଗଠିତ ସମ୍ବିଧାନ ପୀଠ ଏହି ରାୟ ଶୁଣାଇବେ । ଏହି ମାମଲାରେ ସୁପ୍ରିମ କୋର୍ଟଙ୍କ ରାୟ ପୂର୍ବାହ୍ନ ସାଢ଼େ ୧୦ଟା ସୁଦ୍ଧା ଆସିବା ସମ୍ଭାବନା ରହିଛି । ତିନି ତଲାକ ମାମଲାରେ ଗତ ମେ ମାସ ୧୧ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା । ଏହାପରେ ସର୍ବୋଚ୍ଚ ନ୍ୟାଳାଳୟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ର ସରକାର ଏହି ମାମଲାରେ ତାଙ୍କର ପକ୍ଷ ରଖି ତିନି ତଲାକ୍ ପ୍ରଥାକୁ ଅସାମ୍ବିଧାନିକ ବୋଲି ଦର୍ଶାଇଥିଲ ଏବଂ ଏହାର ପରିସମାପ୍ତି ପାଇଁ ଅନୁରୋଧ କରିଥିଲେ । ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ’ ବୋର୍ଡ ଏହି ମାମଲାରେ ନିଜ ପକ୍ଷ ରଖି କହିଥିଲେ ଯେ ମହିଳାଙ୍କ ରାୟକୁ ସମ୍ମାନ ଦେଇ କାଜିମାନେ ନିଷ୍ପତ୍ତି ଗ୍ରହଣ କରିବାକୁ ନିର୍ଦ୍ଦେଶାବଳୀ ଜାରି କରାଯିବ । ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଜେଏସ୍ ଖେହର ଆଗାମୀ ୨୭ ତାରିଖ ଦିନ ଅବସର ଗ୍ରହଣ କରିବେ । ତେଣୁ ନିୟମ ମୁତାବକ ଯେଉଁ ପୀଠ ଶୁଣାଣି ପ୍ରକ୍ରିୟା କରିଥିଲେ ସେହି ପୀଠ ହିଁ ରାୟ ଶୁଣାଇବେ ।