ସୁପରଟେକ ବିଲ୍ଡିଂର ଟ୍ୱିନ ଟାୱାରକୁ ଧ୍ୱଂସ, ଜମିଛି ୩ ମହଲା ପର୍ଯ୍ୟନ୍ତ ଅବଶେଷ ।

119

କନକ ବ୍ୟୁରୋ: ନୋଏଡା ସୁପରଟେକ ବିଲ୍ଡିଂର ଟ୍ୱିନ ଟାୱାରକୁ ଧ୍ୱଂସ କରାଯାଇଛି । ମାତ୍ର କିଛି ସେକେଣ୍ଡ ମଧ୍ୟରେ ଏହି ବହୁତଳ ବିଲ୍ଡିଂକୁ ନଷ୍ଟ କରାଯାଇଛି । ତେବେ ଏହି ବିଲ୍ଡିଂରେ ବିସ୍ପୋରଣ ପରେ ଅନେକ ମାତ୍ରାର ଧ୍ୱଂସାବଶେଷ ଜମିଯାଇଛି । କହିବାକୁ ଗଲେ ୩ ମହଲା ପର୍ଯ୍ୟନ୍ତ ଏହି ଅବଶେଷ ଜମିଛି । ଏହାର ଭିଡିଓ ମଧ୍ୟ ଖବର ସରବରାହ ସଂସ୍ଥା ଏଏନଆଇ ପକ୍ଷରୁ ଜାରି ହୋଇଛି । ସେହିଭଳି ସୂଚନା ମିଳୁଛି ଯେ ଏହି ବିଲ୍ଡିଂରେ ବିସ୍ଫୋରଣ ପରେ ଏଟିଏସର କାନ୍ଥରେ ଫାଟ ସୃଷ୍ଟି ହୋଇଛି । ୧୦ ମିଟର ଯାଏ ଏହି ଫାଟ ହୋଇଥିବା କୁହାଯାଉଛି ।