ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଳଙ୍କାର ଭର୍ତ୍ତି ଗାଡିକୁ ଧରିଲା ଜିଏସଟି ଫ୍ଲାଇଂ ସ୍କ୍ୱାର୍ଡ, ମିଳିଲା ୧୫ ପେଟି ।

270

କନକ ବ୍ୟୁରୋ: ଓଡିଶା-ପଶ୍ଚିମବଙ୍ଗ ସୀମାରେ ଏକ ଗାଡିକୁ ଧରିଛି ଜିଏସଟି ଫ୍ଲାଇଂ ସ୍କାର୍ଡ । ଗାଡିରୁ ୧୫ ପେଟି ବାହାରିଛି । ଆଉ ଏଥିରେ ସୁନା ଅଛି ବୋଲି ଅନୁମାନ କରାଯାଉଛି । ଜିଏସଟ ଆସିଷ୍ଟାଂଟ କମିଶନର ରାକେଶ ମୁଦୁଲି ଗାଡିରେ ଅଳଙ୍କାର ଥିବା ସୂଚନା ଦେଇଛନ୍ତି । ତେବେ କି ଅଳଙ୍କାର ଅଛି ତାହା ସ୍ପଷ୍ଟ ହୋଇନାହିଁ । ଏଥିରେ ବିପୁଳ ପରିମାଣର ସୁନା ଥାଇପାରେ ବୋଲି ଅନୁମାନ କରାଯାଉଛି । କାଗଜପତ୍ର ସହ ଅଧିକ ତଦନ୍ତ ଚାଲିଛି । ପଶ୍ଚିମବଙ୍ଗରୁ ଓଡିଶାକୁ ଆସୁଥିବା ଏହି ଗାଡିକୁ ଧରିଛି ଫ୍ଲାଇଂ ସ୍କ୍ୱାର୍ଡ ।

ସୂଚନା ଅନୁସାରେ, ନିର୍ବାଚନକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସୀମାନ୍ତରେ ଯାଂଚ ଚାଲିଥିବାବେଳେ ଏକ କମ୍ପାନୀର ଗାଡିକୁ ଅଟକ ରଖି ତଦନ୍ତ କରିଥିଲେ ଫ୍ଲାଇଁ ସ୍କାର୍ଡ । ତଦନ୍ତ ବେଳେ ଗାଡିରେ ୧୫ ପେଟି ଥିବା ଥିବା ଜାଣିବାକୁ ପାଇଥିଲେ । ଗାଡିକୁ ଜଳେଶ୍ୱର ପୁଲିସକୁ ହସ୍ତାନ୍ତର କରାଯାଇଥିଲା । ଗାଡିରେ ଥିବା ଲୋକଙ୍କୁ ୬ ଘଂଟା ଧରି ଅଟକ ରଖି ଅଧିକ ତଦନ୍ତ କରୁଛି ସେଂଟ୍ରାଲ ଜିଏସଟି । ତେବେ ମିଳିଥିବା ପେଟିରେ ସୁନା ଥିବା ସନ୍ଦେହ କରାଯାଉଛି ।