ବଢ଼ିବ ସେନାର ଶକ୍ତି, ଛାନିଆ ଶତ୍ରୁ ଦେଶ । ଖୁବ ଶିଘ୍ର ଯୁଦ୍ଧ ଟ୍ୟାଙ୍କ ଭୀଷ୍ମର ନୂଆ ଭର୍ସନ ଟି-ନାଇନଟି ଏମକେ ଥ୍ରୀ ହେବ ସାମିଲ । ୨୦୨୫ ସୁଦ୍ଧା ୧୬୬୫ ଟ୍ୟାଙ୍କକୁ ସୀମାରେ ମୃତୟନ ଲକ୍ଷ୍ୟ ।

103

କନକବ୍ୟୁରୋ : ସଜାଗ ଶତ୍ରୁ ଦେଶ । ବଢ଼ିବ ଭାରତୀୟ ସେନାର ବଳ । ସାମିଲ ହେବ ଭୀଷ୍ମ ଟ୍ୟାଙ୍କର ନୂଆ ଭର୍ସନ । ଟି-ନାଇନଟି ଏମକେ ଥ୍ରୀ ସେନାରେ ସାମିଲ ହେବାକୁ ଏଣିକି ପ୍ରସ୍ତୁତ । ଏହାର ସୁରକ୍ଷା ପ୍ରଣାଳୀ ଓ ମାରକ କ୍ଷମତା ବେଶ ଅଧିକ ରହିଛି । ଅପଗ୍ରେଡ ଭର୍ସନରେ ଅପରେସନାଲ କ୍ୟାପାବିଲିଟି ଅଧିକ ଦିଆଯାଇଛି । ଡିଜିଟାଲ କମ୍ୟୁନିକେସନ ସିଷ୍ଟମ, ଅଟୋ ଟ୍ରାକର. ଏଲସିଡି ମନିଟର, ଡିଜିଟାଲ ବାଲାଷ୍ଟିକ କମ୍ପ୍ୟୁଟର, ଆଟିଂ ଥର୍ମାଲ ଆଇଆର କୋଟିଂ ରହିଛି ।

ବିଶେଷ କରି ସ୍ୱଦେଶ ଜ୍ଞାନକୌଶଳରେ ଏହାର ନିର୍ମାଣ କରାଯାଇଛି । ଯୁଦ୍ଧ ଟ୍ୟାଙ୍କରେ ୪୩ଗୁଳି ମହଜୁଦ ରହିଛି । ପ୍ରତିଘଂଟାରେ ୬୦କିଲୋମିଟର ବେଗରେ ଦୌଡିବ । ଟି-ନାଇନଟି ଟ୍ୟାଙ୍କ ମୁଖ୍ୟତ ରୁଷ ନିିର୍ମିତ । ତେବେ ଭାରତୀୟ ସେନା ନିଜ ବ୍ୟବହାର ଅନୁଯାୟୀ ନାଁ ବଦଳାଇଛି । ରୁଷ ସହ ପ୍ରାୟ ୧୨ଶହ ଟ୍ୟାଙ୍କ ପାଇଁ ପ୍ରତିରକ୍ଷା ଚୁକ୍ତି କରିଥିଲା ଭାରତ । ୪୬୪ ଅର୍ଡର ଦିଆଯାଇଛି ଓ ୨୦୨୫ ସୁଦ୍ଧା ୧୬୭୫ ଟ୍ୟାଙ୍କ ସେନାରେ ସାମିଲ କରାଯିବ । ଏହି ଶକ୍ତିଶାଳୀ ତଥା ଯୁଦ୍ଧ ଟ୍ୟାଙ୍କର ବ୍ୟବହାର ବିଭିନ୍ନ ଯୁଦ୍ଧରେ ଅନେକ ରାଷ୍ଟ୍ର ବ୍ୟବହାର କରିସାରିଛନ୍ତି । ସିରିଆ ସଂଘର୍ଷ, ଡୋନବାସ ଯୁଦ୍ଧ, ଡାଗେସ୍ଥାନ ଯୁଦ୍ଧ, ନାଗୋମ-କାରାବଖ ସହ ରୁଷ-ୟୁକ୍ରେନରେ ଦେଖିବାକୁ ମିଳିଛି ।