ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଲେ ସୁନିତା କେଜ୍ରିୱାଲ । କହିଲେ, ମିଛ ମାମଲାର ମୁଖା ଖୋଲିଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

192

କନକ ବ୍ୟୁରୋ: ସାମ୍ବାଦିକ ସମ୍ମିଳନୀ କରି ସୁନିତା କେଜ୍ରିୱାଲଙ୍କ ଚେତାବନୀ । ଜେଲ୍ରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କଥା ସାମ୍ବାଦିକ ସମ୍ମିଳନୀ ଜରିଆରେ ରଖିଲେ ପତ୍ନୀ ସୁନୀତା । କହିଲେ, ମିଛ ମାମଲାର ମୁଖା ଖୋଲିଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଆସନ୍ତା କାଲି କୋର୍ଟରେ ବଡ ଖୁଲାସା କରିବେ ଅରବିନ୍ଦ କେଜ୍ରିୱାଲ । କିଭଳି ଚକ୍ରାନ୍ତ କରି ତାଙ୍କ ସ୍ୱର ଚପାଇବାକୁ ଚେଷ୍ଟା କରାଯାଉଛି ସବୁ ତଥ୍ୟ ରଖିବେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।

ଅବକାରୀ ଦୁର୍ନୀତିକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୨୫୦ଟି ରେଡ୍ କରି ସାରିଲାଣି । ହେଲେ ଏପର୍ଯ୍ୟନ୍ତ ଟଙ୍କାଟିଏ ବି ପାଇ ନଥିବା ଆମ ଆଦମୀ ପାର୍ଟି ଦାବି କରିଛି । ତଥାପି ତାଙ୍କ ଉପରେ ଅତ୍ୟାଚାର କରାଯାଉଥିବା କହିଛନ୍ତି ସୁନୀତା ଅଗ୍ରୱାଲ । ଏହାସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ବେଆଇନ୍ କହିଛି ଦଳ । ଗିରଫଦାରି ବିରୋଧରେ ହାଇକୋର୍ଟରେ ମାମଲା ହୋଇଥିବାବେଳେ ଏହାର ଶୁଣାଣି ଚାଲିଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ୨୮ ତାରିଖ ଯାଏ ନିଜ ହେପାଜତକୁ ନେଇଛି ଇଡି ।