ପୁଅ ମନ୍ମଥଙ୍କୁ ନେଇ ସୁରଙ୍କ ପ୍ରତିକ୍ରିୟା । କହିଲେ , ‘ଭଗବାନଙ୍କୁ ଡାକୁଛି, ମୋ ପୁଅକୁ ଜିତେଇ ଦିଅ’ ।

758

କନକ ବ୍ୟୁରୋ: ସାନ ପୁଅ ମନ୍ମଥଙ୍କ ଶୋଭାଯାତ୍ରା ଆୟୋଜନ କରି କର୍ମୀଙ୍କୁ ଭୋଜି ଦେଲେ ବିଧାୟକ ସୁର ରାଉତରାୟ । ଏହି ଅବସରରେ ପୁଅ ବିଜେଡିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସୁର । କହିଛନ୍ତି, ଯେତେ ଚେଷ୍ଟା କଲି ପାରିଲିନି, ଅଭିମାନ କଲା । ସେଥି ପାଇଁ ଛାଡିଦେଲି ବିଜେଡିରେ ମିଶିବା ପାଇଁ ଭଗବାନଙ୍କୁ ଡାକୁଛି, ମୋ ପୁଅକୁ ଜିତେଇ ଦିଅ । ମନ୍ମଥଙ୍କୁ ସହଯୋଗ କରିବି କିନ୍ତୁ ପ୍ରଚାର କରିବାକୁ ଯିବିନି । ବିଜେଡି ମୋ ପୁଅକୁ ନେଇଛି, ଆଶା ସେମାନେ ଉପଯୁକ୍ତ ସମ୍ନାନ ଦେବେ କହିଛନ୍ତି ସୁର ରାଉତରାୟ ।