ତିହାର ଜେଲରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆକୁ ଆକ୍ରମଣ : ହସ୍ପିଟାଲରେ ଚିକିତ୍ସାଧୀନ ବେଳେ ଚାଲିଗଲା ଜୀବନ

472

କନକ ବ୍ୟୁରୋ : ଜେଲ୍ ଭିତରେ ଗ୍ୟାଙ୍ଗୱାର । ତିହାର ଜେଲରେ ଦୁଇ ଗ୍ୟାଙ୍ଗ୍ ସଦସ୍ୟଙ୍କ ମଧ୍ୟରେ ବିବାଦ ଆଉ ପରେ ହତ୍ୟା । ଏହି ଆକ୍ରମଣରେ ଗ୍ୟାଙ୍ଗଷ୍ଟର ଟିଲୁ ତାଜପୁରିଆର ମୃତ୍ୟୁ ଘଟିଛି । ଆଜି ସକାଳେ ତିହାର ଜେଲରେ ଟିଲୁ ତାଜପୁରିଆ ଉପରେ ଆକ୍ରମଣ ହୋଇଥିଲ । । ତାକୁ ଚିକିତ୍ସା ପାଇଁ ତୁରନ୍ତ ଦିନ୍ ଦୟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଟିଲୁର ମୃତ୍ୟୁ ଘଟିଛି ।

ଜେଲର ୯ ନମ୍ବର ସେଲରେ ରହୁଥିଲା ଟୁଲୁ । ୮ ନମ୍ବର ସେଲରେ ରହୁଥିଲା ଯୋଗେଶ ଟୁଣ୍ଡା ନାମକ ଜଣେ କଏଦୀ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଯୋଗେଶ ଏକ ଲୁହା ରଡ୍ ସହାୟତାରେ ତାଜପୁରିଆକୁ ଆକ୍ରମଣ କରିଥିଲା । ଏହା ପରେ ଟିଲୁ ଗୁରୁତର ଭାବେ ଆହତ ହୋଇଥିଲା । ପରେ ଜେଲ୍ ପ୍ରଶାସନ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ସେଠାରେ କିନ୍ତୁ ଟିଲୁ ପ୍ରାଣ ହରାଇଛି । ୨୦୨୧ ଦିଲ୍ଲୀର ରୋହିଣୀ କୋର୍ଟ ଗୁଳିକାଣ୍ଡର ମାଷ୍ଟରମାଇଣ୍ଡ ଥିଲା ଟିଲୁ ।