ଢେଙ୍କାନାଳ ମୁଖ୍ୟ ଚିକିିତ୍ସାଳୟରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, ୫ ମହଲା ଉପରୁ ଡେଇଁଲେ ରୋଗୀ।

58

କନକ ବ୍ୟୁରୋ: ଢେଙ୍କାନାଳ ମୁଖ୍ୟଚିକିିତ୍ସାଳୟରେ ପୁଣି ଜଣେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ । ୫ ମହଲା କୋଠା ଛାତ ଉପରୁ ଡେଇଁ ରୋଗୀ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଛି ।

ପରଜଙ୍ଗ ଡମସାହିର ଚନ୍ଦନ ନାୟକ ମାନସିକ ଚାପଗ୍ରସ୍ତ ହୋଇ ନିଜ ହାତ ବେକ କାଟି ଦେଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଳ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମେଡିକାଲରେ ଚନ୍ଦନଙ୍କର ଚିକିତ୍ସା ଚାଲିଥିବା ବେଳେ ପୁଣିଥରେ ହସପିଟାଲର ୫ ମହଲା ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏବେ ତାଙ୍କର ଅବସ୍ଥା ଗୁରୁତର ରହିଛି । ତେବେ ମାନସିକ ସ୍ଥିତି ଭଲ ନଥିବାରୁ ସେ ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ନା ଅନ୍ୟ କିଛି କାରଣ ରହିଛି ତାହା ଅସ୍ପଷ୍ଟ ରହିଛି ।