୨୪ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ। ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କଲେ ଏସଆରସି।

341

କନକ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ୨୪ଘଣ୍ଟାରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଉପକୂଳ ଓଡ଼ିଶାର ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସର୍ତକ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି ପ୍ରଦୀପ କୁମାର ଜେନା ।

ଢେଙ୍କାନାଳରୁ ନେଇ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା , ଭଦ୍ରକ, ଯାଜପୁର ଓ ପୁରୀ ଜିଲ୍ଳାକୁ ସତର୍କ ରହିବାକୁ କୁହାଯାଇଛି । ଏହି ସବୁ ଜିଲ୍ଲାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ସମ୍ଭାବନା ରହିଛି । ସେହିଭଳି ୧୫ ଟି ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଦକ୍ଷିଣ ଓଡ଼ିଶାରେ  ୮ଟି ଜିଲ୍ଲାକୁ  ୟେଲୋ ଆଲର୍ଟ କରାଯାଇଛି ବୋଲି ଏସଆରସିଙ୍କ ଲେଟରରେ ଉଲ୍ଲେଖ ରହିଛି।