ସଂଘର୍ଷ ଭିତରେ ସାଗରଙ୍କ ଜୀବନ । ଗୋଟିଏ ଗୋଡରେ ଅଟୋ ଚଲାଇ ପୋଷୁଛନ୍ତି ପରିବାର ।

107

କନକ ବ୍ୟୁରୋ: ଜୀବନ କେତେବେଳେ କେଉଁ ଦିଗ ବଦଳାଇବ , କି ରୂପ ନେବ କିଏ କହିବ । ସବୁ ଭଲ ଭିତରେ କେତେବେଳେ ମନ୍ଦ ଆସି ପହଞ୍ଚିବ କାହାକୁ ବା ଜଣା । ଜୀବନର ଏମିତି ଏକ ଅର୍ଦ୍ଦଳି ଗଳିରେ ସନ୍ତୁ୍ୁଳି ହୋଇଯାଉଛନ୍ତି ଅଟୋ ଡ୍ରାଇଭର ସାଗର ତାଡ୍ ।

ଗୋଟିଏ ଗୋଡରେ ଅତି କଷ୍ଟରେ ଚଳାଉଛନ୍ତି ଅଟୋ । ଫଳରେ ଭରସି ଡାକିବାକୁ ଇଚ୍ଛା କରୁନାହାଁନ୍ତି ଗ୍ରାହକ । ଆଉ ଯିଏ ଭରସି ଭଡା ପାଇଁ କହିଲା ଭଡା କରନ୍ତି , ସେଥିରୁ ଯାହା ମିଳେ ସେଥିରେ ଚୁଲି ଜେ, ନହେଲେ ନାହିଁ । ଆମେ କହୁଛୁ ଖୋର୍ଦ୍ଧା ନିରାକାରପୁରର ସାଗର ତାଡଙ୍କ କଥା ।

ସବୁକିଛି ସୁରୁଖୁରୁରେ ଚାଲିଥିଲା । ବମ୍ବେରେ ଦୀର୍ଘ ବର୍ଷ କାଳ ବସ୍ ଚଳାଇ ଭଲ ଦି ପଇସା ରୋଜଗାର କରୁଥିଲେ । ସେଥିରୁ ଯାହା କିଛି ମିଳୁଥିଲା ସେଥିରେ ପରିବାର ଚଳାଇବାକୁ କିଛି ସମସ୍ୟା େଉନଥିଲା । ହେଲେ କରୋନାରେ ତାଙ୍କ ଜୀବନର ଗତି ବଦଳିଗଲା । ମହାମାରୀ ଯୋଗୁଁ ଯାତାୟାତ ବନ୍ଦ ହୋଇଯିବାରୁ ତାଙ୍କ ହାତରୁ କାମ ଚାଲିଗଲା । ବାଧ୍ୟ ହୋଇ ଗାଁକୁ ଚାଲିଆସିଲେ । ସେଠାରେ ମାଗିଯାଚି ଅଟୋ ଖଣ୍ଡେ କଲେ । ହେଲେ ଦଇବ ବିଚାର କିଛି ଅଲଗା ଥିଲା । ତାଙ୍କ ଗୋଡରେ ଏକ କ୍ଷତ ହୋଇଥିଲା । ଧିରେ ଧିରେ ତାହା ସଂକ୍ରମିତ ହୋଇ ପୁରା ଗୋଡରେ ଯନ୍ତ୍ରଣା ହେଲା । ଫଳରେ ସେ ସ୍ଥାନୀୟ ହସ୍ପିଟାଲରେ ଯାଇ ଚିକତ୍ସା କଲେ । ସେଠାରେ ଡାକ୍ତର ସମ ହସ୍ପିଟାଲ ରେଫର କଲେ । ହେଲେ ସେଠାରେ ତାଙ୍କୁ ସୁଫଳ ମିଳିଲା ନାହିଁ । ଫଳରେ ସେ ଏମ୍ସ ଗଲେ ।

ସେଠାରେ ତାଙ୍କ ଗୋଡରେ ଅସ୍ତ୍ରୋପଚାର ହେଲା । ଏକାଧିକ ଥର ଅସ୍ତ୍ରୋପଚାର କରିବା ପରେ ଶେଷରେ ତାଙ୍କ ପୁରା ଗୋଡଟିକୁ କାଟିବାକୁ ବାଧ୍ୟ ହୋଇଥିଲେ ଡାକ୍ତର । ଆଉ ଅପାରଗ ହୋଇଗଲେ ସାଗର । ଗୋଟିଏ ଗୋଡ ନଥିବାରୁ ତାଙ୍କୁ ଅଟୋଭଡା ପାଇଁ କେହି ଭରସି ଡାକୁନାହାଁନ୍ତି । ଫଳରେ ଏବେ ଘରର ପରିସ୍ଥିତି ଅତି ଶୋଚନୀୟ ହୋଇପଡିଛି । ଆର୍ଥିକ ଅଭାବରୁ ତାଙ୍କର ଗୋଟିଏ ବୋଲି ପୁଅର ପାଠପଢାରେ ଡାରି ବନ୍ଧା ହୋଇଛି । ଏକଥା କହିବ ବେଳକୁ ସାଗରଙ୍କ କଣ୍ଠ ଥରିଉଠୁଛି । ଆଖିରୁ ଝରିଯାଉଛି ଧାରଧାର ଲୁହ ।

ତଥାପି ଲୋକ ହିସାବରେ ଭଲ ହୋଇଥିବାରୁ ସ୍ଥାନୀୟ ଲୋକଙ୍କର କିଛି ଭଡା ତାଙ୍କୁ ମିଳୁଛି । ହେଲେ ସେତିକି ପରିବାର ଚଳାଇବାକୁ ଭାରି କଷ୍ଟ ହେଉଛି ।
ଆଶା ଓ ବିଶ୍ୱାସ ସାଗରଙ୍କ ଏପରି ଦୁଃଖଭରା ଜୀବନ ବିଷୟରେ ଜାଣିବା ପରେ ପ୍ରଶାସନ ସାହାଯ୍ୟର ହାତ ବଢାଇବେ ।