ଉଚ୍ଛେଦ ବିରୋଧରେ ଆନ୍ଦୋଳନ କଲା ଉଠା ଦୋକାନୀ ମହାସଂଘ: ବିରୋଧ ପରେ ନରମିଲା ବିଏମସି, ସ୍ଥଗିତ ରହିଲା ଉଚ୍ଛେଦ

131

କନକ ବ୍ୟୁରୋ: ବିଏମସିର ଉଚ୍ଛେଦ, ଉଠା ଦୋକାନ କରି ପେଟ ପୋଷୁଥିବା ଦୋକାନୀଙ୍କ ଦୋକାନକୁ ଭାଙ୍ଗିଚାଲିଛି ବିଏମସି ବୁଲଡୋଜର । ଆଖି ଆଗରେ ଉଚ୍ଛେଦ ଦେଖି, ଏକାଠି ହୋଇଥିଲେ ନିଖିଳ ଓଡ଼ିଶା ଉଠାଦୋକାନୀ ମହାସଂଘ । ରାସ୍ତାକୁ ଓହ୍ଲାଇ ବିଏମସି ବିରୋଧରେ ଦେଇଥିଲେ ହଲ୍ଲାବୋଲ୍ଲ ନାରା । ଭୁବନେଶ୍ୱର ପଟିଆ ଛକରୁ ବାହାରି କଳିଙ୍ଗ ହସ୍ପିଟାଲ ଛକ ପର୍ଯ୍ୟନ୍ତ ପହଂଚିଥିଲେ ଉଠା ଦୋକାନୀ ।

ଦୋକାନୀଙ୍କ ବିରୋଧ ଭିତରେ ବିଏମସି କର୍ତୃପକ୍ଷଙ୍କ ସହ ଚର୍ଚ୍ଚା-ଆଲୋଚନା କରିଥିଲା ଉଠା ଦୋକାନୀ ସଂଘ । ଶେଷରେ ନରମିଥିଲା ବିଏମସି । କିଛି ଦିନ ପାଇଁ ଉଠା ଦୋକାନ ଉଚ୍ଛେଦ ପ୍ରକ୍ରିୟାକୁ ସ୍ଥଗିତ ରଖାଗଲା ବୋଲି ବିଏମସି ଅଧିକାରୀ ପ୍ରତିଶୃତି ଦେଇଥିଲେ । ତେବେ ଆଗକୁ ଉଠା ଦୋକାନ ଭଙ୍ଗାଯିବା ଉପରେ କ’ଣ ପଦପେକ୍ଷ ନିଆଯିବ, ସେନେଇ ବିଏମସି କମିଶନର ଓ ଡେପୁଟି କମିଶନର ବିଚାର ବିମର୍ଶ କରିବେ ବୋଲି ସୂଚନା ଦେଇଛନ୍ତି କର୍ତୃପକ୍ଷ । ଉଚ୍ଛେଦ କାମ ବନ୍ଦ ହେବା ପରେ ନିଖିଳ ଓଡ଼ିଶା ଉଠାଦୋକାନୀ ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଛି ।