ଓଡିଶାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ ! ନୂଆପଡା ଆଶ୍ରମ ସ୍କୁଲ କାର୍ଯ୍ୟକ୍ରମରେ ଦେଲେ ଯୋଗ

50

କନକ ବ୍ୟୁରୋ : ଓଡିଶାରେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ । ନୂଆପଡା ଜିଲ୍ଲା ଆମସେନା ଗସ୍ତରେ ଆସିଛନ୍ତି ରମଣ । ଏଠାରେ ସେ ଗୁରୁକୁଳ ଆଶ୍ରମର ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇଛନ୍ତି । ଓଡିଶା-ଛତିଶଗଡ ମଧ୍ୟରେ ମହାନଦୀ ବିବାଦ ଜୋର ଧରିଥିବାବେଳେ ଏହାକୁ ନେଇ ଛତିଶଗଡ ମୁଖ୍ୟମନ୍ତ୍ରୀ କି ପ୍ରତିକ୍ରିୟା ଦେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି । ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ବ୍ୟାରେଜ କରିବା ଫଳରେ ଓଡିଶା ପ୍ରତି ବିପଦ ଦେଖାଦେଇଛନ୍ତି । ମହାନଦୀରେ ଜଳପ୍ରବାହ କମିଯିବ ବୋଲି ଆଶଙ୍କ ପ୍ରକାଶ ପାଇଛି । ଆଉ ଏହାକୁ ବିରୋଧ କରୁଛି ଓଡିଶା । ମହାନଦୀ ଜଳ ବିବାଦରେ ଟ୍ରିବ୍ୟୁନାଲ ଗଠନ ହେବ ନାହିଁ ବୋଲି କେନ୍ଦ୍ର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି । ଏହାକୁ ଓଡିଶା ତୀବ୍ର ବିରୋଧ କରିଛି ।