ରାଜ୍ୟ ସରକାରଙ୍କ ନୂଆ ଯୋଜନା ‘ମୋ ଘର’ର ଶୁଭାରମ୍ଭ । କେମିତି କରିବେ ଆବେଦନ ପଢ଼ନ୍ତୁ…

881

କନକ ବ୍ୟୁରୋ: ନୂଆ ଯୋଜନା ‘‘ମୋ-ଘର’’ର ଶୁଭାରମ୍ଭ । ଏଣିକି ଘର ପାଇଁ ମିଳିବ ଆର୍ଥିକ ସହାୟତା । ପରିବାର ପିଛା ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ କ୍ୟାବିନେଟର ମଞ୍ଜୁରୀ । ନିମ୍ନ ଓ ନିମ୍ନ ମଧ୍ୟବିତ ପରିବାରକୁ ଘର ନିର୍ମାଣ, ମରାମତି, ଉନ୍ନତିକରଣ ଓ ସମ୍ପ୍ରସାରଣ ପାଇଁ ମୋ ଘର ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ଏଥିପାଇଁ ପ୍ରସ୍ତାବିତ ମୋ ଘର ଯୋଜନାକୁ ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ୍ । ଏହି ଯୋଜନାରେ ହିତାଧିକାରୀଙ୍କୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ରୁଣ ଯୋଗାଇ ଦିଆଯିବ ।

ମୋ ଘର ଯୋଜନା କ’ଣ..

– ଲୋକଙ୍କୁ ଦିଆଯିବ ୩ଲକ୍ଷ ଟଙ୍କା ପଯ୍ୟନ୍ତ ଗୃହଋଣ
– ହିତାଧିକାରୀଙ୍କୁ ୪୦ ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ
– ହିତାଧିକାରୀ ଋଣ ନେଇ ନୂଆ ଘର ତିଆରି କରିପାରିବେ
– କିମ୍ବା ପୁରୁଣା ଘରର ସମ୍ପ୍ରସାରଣ ଓ ଉନ୍ନତିକରଣ କରିପାରିବେ
– ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିବେ ହିତାଧିକାରୀ

ତେବେ କେଉଁମାନେ ମୋ ଘର ପାଇବାକୁ ଯୋଗ୍ୟ ଅର୍ଥାତ କେଉଁମାନେ ମୋ ଘର ଯୋଜନାରେ ସହାୟତା ପାଇବାକୁ ଆବେଦନ କରିପାରିବେ ।

‘ମୋ ଘର’ ପାଇଁ ଯୋଗ୍ୟତା

– କଚ୍ଚା ଘର ଥିଲେ କିମ୍ବା ଗୋଟିଏ କୋଠରୀ ଥିବା ପକ୍କା ଘରେ ରହୁଥିଲେ, ପାଇବାକୁ ଯୋଗ୍ୟ
– କୌଣସି ଗୃହ ନିର୍ମାଣ ଯୋଜନାରେ ସରକାରଙ୍କଠାରୁ ପୂର୍ବରୁ ସହାୟତା ପାଇନଥିବେ
– ୭୦ହଜାର ଟଙ୍କାରୁ କମ୍ ପରିମାଣର ସହାୟତା ପାଇଥିଲେ ମଧ୍ୟ ଯୋଗ୍ୟ ହେବେ
– ପରିବାରର ମାସିକ ଆୟ ୨୫ହଜାର ଟଙ୍କାରୁ କମ୍ ହୋଇଥିଲେ ଯୋଗ୍ୟ
– ବ୍ୟକ୍ତିଗତ ବ୍ୟବହାର ପାଇଁ ଅଣବ୍ୟବସାୟିକ ଚାରିଚକିଆ ଯାନ ନଥିବ
– ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ ଚାକିରି କରିନଥିବେ
– ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଥିବ

କେମିତି କରିବେ ଆବେଦନ?

– ମୋ ଘର ଯୋଜନାରେ ଆବେଦନ ପାଇଁ ଏକ ନିର୍ଦ୍ଦିଷ୍ଟ ୱେବସାଇଟ୍ ରହିଛି
– ଏହି (କ୍ସଷକ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ/ଜ୍ଞକ୍ଟଶଷବକ୍ସବ) ୱେବସାଇଟରେ ଆବେଦନ କରିବେ
– ଏହି ଋଣ ପାଇଁ ଆବେଦନ ପୂର୍ବରୁ ୱେବସାଇଟରେ ପଞ୍ଜୀକରଣ କରିବାକୁ ପଡ଼ିବ
– ଆଗାମୀ ଜୁନ୍ ୧୬ ତାରିଖରୁ ଆବେଦନ ଗ୍ରହଣ କରାଯିବ
– ଆବେଦନକାରୀଙ୍କୁ ଆଧାରକାର୍ଡ, ପାସପୋର୍ଟ ଫଟୋ, କେୱାଇସି ଡକ୍ୟୁମେଣ୍ଟ ଦେବାକୁ ପଡ଼ିବ

କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୃହ-ନିର୍ମାଣ ପରେ ରାଜ୍ୟ ସରକାର ସମସ୍ତ ହିତାଧିକାରୀଙ୍କୁ ରୁଣ ପରିମାଣ ଅନୁଯାୟୀ ସବସିଡି ରାଶି ପ୍ରଦାନ କରିବେ ।