ଆପଣଙ୍କ ସ୍ମାର୍ଟଫୋନରୁ ଗୁଗଲର ଏହି ୩ଟି ସେଟିଙ୍ଗ୍ ବନ୍ଦ କରନ୍ତୁ ! କାରଣ, ଏହା ଦ୍ୱାରା ଆପଣଙ୍କ ଉପରେ ରଖାଯାଉଛି ନଜର

55

ଆପଣ ଜାଣିଥିବେ ଯେ ଗୁଗଲ୍ ଆମର ସମସ୍ତ ଗତିବିଧିକୁ ସ୍ମାର୍ଟଫୋନ୍ ମାଧ୍ୟମରେ ଫଲୋ କରୁଛି । ଆମର ସମସ୍ତ ଡାଟା ଗୁଗଲ୍ ପାଖରେ ଷ୍ଟୋର୍ ହୋଇଥାଏ, ଯେଉଁ ଜରିଆରୁ ସେ ବ୍ୟବହାରକାରୀଙ୍କୁ ଅଧିକ ସେବା ଦେବାରେ ସାହାର୍ଯ୍ୟ କରେ । ଯଦି ଆପଣ ଗୁଗଲର ଭଏସ୍ ଆସିଷ୍ଟାଣ୍ଟ୍ ବ୍ୟବହାର କରୁଛନ୍ତି, ତା’ହେଲେ ଏହା ମାଧ୍ୟମରେ କିଛି ବି ସର୍ଚ୍ଚ କରିପାରିବେ, କାହାକୁ ବି କଲ୍ କରିପାରିବେ, ଫଟୋ ଉଠାଇ ପାରିବେ ଓ ଆଲାର୍ମ୍ ମଧ୍ୟ ସେଟ୍ କରିପାରିବେ ।

କିନ୍ତୁ ଆପଣ ଜାଣି ନ ଥିବେ କି ଆପଣ ଯେଉଁ ବି କମାଣ୍ଡ୍ ଦେଉଛନ୍ତି ତାହା ଗୁଗଲ୍ ଡାଟାବେସରେ ଅଡିଓ ଫାଇଲ୍ ରୂପରେ ଷ୍ଟୋର୍ ହୋଇଯାଏ ଓ ଆପଣଙ୍କ ସମ୍ପୂର୍ଣ୍ଣ ରେକର୍ଡ୍ ଗୁଗଲ୍ ପାଖରେ ସେଭ୍ ରହିଯାଏ । ଯାହା ମାଧ୍ୟମରେ ଗୁଗଲ୍ ଆପଣଙ୍କୁ ଟ୍ରାକ୍ କରିବା ସହ ପୂରା ନଜର ଆପଣଙ୍କ ଉପରେ ରଖିଥାଏ । କିନ୍ତୁ ବିଚଳିତ ହେବାର କିଛି ନାହିଁ, ଫୋନରେ କିଛି ସେଟିଙ୍ଗକୁ ବଦଳାଇ ଏହାକୁ ଆପଣ ବନ୍ଦ ମଧ୍ୟ କରିପାରିବେ।
ଗୁଗଲ୍ ଆମ ଉପରେ ପୂରା ନଜର ରଖିବାରେ ଅନେକ ଫାଇଦା ମଧ୍ୟ ଆମର ହୋଇଥାଏ । ଯେମିତି କି; ଗୁଗଲ୍ ସର୍ଚ୍ଚ ଜରିଆରୁ ଆପଣଙ୍କ ପସନ୍ଦର ବା ଜରୁରୀ ଜିନିଷର ବିଜ୍ଞାପନ ଆସିଥାଏ । ଏହିଭଳି ଆହୁରି ଅନେକ ଫାଇଦା ରହିଛି । ଏଥିପାଇଁ ୟୁଜର ନିଜେ ନିର୍ଣ୍ଣୟ ନେବା ଉଚିତ୍ ଯେ ସେ ଫାଇଦା ଓ କ୍ଷତି ଏକାସଙ୍ଗେ ଚାହାଁନ୍ତି ନା ନାହିଁ ।

କେଉଁ ସେଟିଙ୍ଗ୍ ଜରିଆରୁ ଗୁଗଲ୍ ଆପଣଙ୍କୁ ଟ୍ରାକ୍ କରେ ?

ଫୋନ୍ ସେଟିଙ୍ଗକୁ ଯାଆନ୍ତୁ ଓ ଗୁଗଲରେ କ୍ଲିକ୍ କରନ୍ତୁ । Searchକୁ ଯାଇ account and privacyକୁ ଯାଆନ୍ତୁ । ବର୍ତ୍ତମାନ Google Activity Controlsକୁ ଯାଆନ୍ତୁ ଓ Voice & Audio Activityକୁ ଟର୍ନ୍ ଅଫ୍ କରନ୍ତୁ । ଏବେ ଆପଣଙ୍କ ଗୁଗଲ୍ ଆକାଉଣ୍ଟରୁ ଆପଣଙ୍କ ଭଏସ୍ ରେକର୍ଡିଂ ଲିଙ୍କ୍ ହେବ ନାହିଁ, ତାହା ବନ୍ଦ ହୋଇଯିବ । ମାଇକ୍ରୋଫୋନ୍ ଜରିଆରେ ମଧ୍ୟ ଗୁଗଲ୍ ଆପଣଙ୍କୁ ଟ୍ରାକ୍ କରିଥାଏ

ଏହାକୁ ବନ୍ଦ କରିବା ପାଇଁ all Appsକୁ ଯାଇ ଶକ୍ଟକ୍ଟଶକ୍ଷରରେ କ୍ଲିକ୍ କରନ୍ତୁ । App Permissionକୁ ଯାଇ microphoneକୁ ବନ୍ଦ କରନ୍ତୁ । ସେଟିଙ୍ଗକୁ ଯାଇ google ଖୋଲନ୍ତୁ ଓ Voice ସର୍ଚ୍ଚ କରନ୍ତୁ, ଏହାକୁ ଖୋଲି Voice Matchରେ କ୍ଲିକ୍ କରନ୍ତୁ । ଏବେ Say ok google ସେଟିଙ୍ଗକୁ ବନ୍ଦ କରି ଦିଅନ୍ତୁ।