ଉଜ୍ଜ୍ୱଳା ଯୋଜନାର ବାସ୍ତବତା । ସତରେ କଣ ମାଗଣାରେ କନେକ୍ସନ ପାଉଛନ୍ତି ମହିଳା?

68

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଉଜ୍ଜ୍ୱଳା ଗ୍ୟାସ ଯୋଜନାକୁ ମହିଳାମାନଙ୍କ ପାଇଁ ସବୁଠାରୁ ବଡ ପରିବର୍ତ୍ତନ କାରୀ ଯୋଜନା ବୋଲି ସମ୍ବନ୍ଧିତ କରାଯାଇଛି । ଖୋଦ ପ୍ରଧାନମନ୍ତ୍ରୀ ମୋଦି ଏହି ଯୋଜନାର ଭୁରି ଭୁରି ପ୍ରଶଂସା ଅନେକ ମଂଚ ତଥା କାର୍ଯ୍ୟକ୍ରମରେ କରିସାରିଛନ୍ତି । କିନ୍ତୁ ଚକିତ କଲା ଭଳି କଥା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ମୋଦିଙ୍କ ଏହି ଯୋଜନାର ସତ୍ୟତା ସାମ୍ନାକୁ ଆସିଥିଲା ।

ପ୍ରଥମ କଥା ହେଲା, ମୋଦିଙ୍କ ଏହି ଯୋଜନା ଆଧାରରେ ଗରିବ ମହିଳମାନଙ୍କୁ ପ୍ରଦାନ କରାଯାଉଥିବା ଗ୍ୟାସ କନେକ୍ସନ ସିଲିଣ୍ଡର ଏବଂ ଚୂଲା ନା ତ ମାଗଣା ନା ହିଁ ସିଲିଣ୍ଡରରେ କୌଣସି ସବସିଡି ମିଳୁଛି । କୌଣସି ବି ଲାଭାର୍ଥୀଙ୍କୁ ଗ୍ୟାସ କନେକ୍ସନ ନେବା ହିଁ ୧୭୫୦ ଟଙ୍କା ପରିଶୋଧ କରିବାକୁ ପଡିଥାଏ । ଏଥିମଧ୍ୟରୁ ୯୯୦ ଟଙ୍କା ଗ୍ୟାସ ଚୂଲା ପାଇଁ ନିଆଯାଇଥାଏ । ଯେବେକି ୭୬୦ ଟଙ୍କା ପ୍ରଥମ ସିଲିଣ୍ଡର ବାବଦକୁ ମିଳିଥାଏ । ତେବେ ସରକାରଙ୍କ ତରଫରୁ ଦାବି କରାଯାଉଥିବା ପ୍ରତି ଗ୍ୟାସ କନେକ୍ସନ ତଥା ଉପଭୋକ୍ତାଙ୍କୁ ୧୬୦୦ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି, ଯାହାକି ସଂପୂର୍ଣ୍ଣ ଭାବରେ ମିଥ୍ୟା ଅଟେ ।

ସୂଚନା ମୁତାବକ, ସରକାରଙ୍କ ଏହି ଯୋଜନା ଆଧାରରେ ନିଆଯାଉଥିବା କନେକ୍ସନରେ ପ୍ରଥମେ ୬ଟି ସିଲିଣ୍ଡରର ରିଫିଲିଂ ଉପରେ ମିଳୁଥିବା ସବସିଡି ନିଜେ ହିଁ ରଖି ଦିଅନ୍ତି. ଯାହାଦ୍ୱାରା ଆର୍ଥିକ ସହାୟତା ବାବଦକୁ ଦିଆଯାଉଥିବା ୧୬୦୦ ଟଙ୍କା ପରିଶୋଧ ହୋଇପାରିବ । ସରକାର କେବଳ ୧୫୦ ଟଙ୍କାର ରେଗ୍ୟୁଲେଟର ଫ୍ରି ଦେଇଥାନ୍ତି । ଏହା ବଦଳରେ ପିତଳ ବର୍ଣ୍ଣର ବାଲା ଚୁଲାର ବଦଳରେ ଲୁହାର ବର୍ଣ୍ଣର ଲଗାଯାଇଥିବା ଚୁଲା ଉପଭୋକ୍ତାଙ୍କୁ ପ୍ରଦାନ କରାଯାଇଥାଏ । ଖାଲି ଏତିକି ନୁହେଁ ଗ୍ୟାସ ପାଇଁ ଦିଆଯାଉଥିବା ପାଇପ ମଧ୍ୟ ଛୋଟ ଦିଆଯାଇଥାଏ । ଏଠାରେ ଆମେ କହି ରଖୁଛୁ କି, ଉଜ୍ଜ୍ୱଳା ଯୋଜନାର ଉପଭୋକ୍ତାଙ୍କୁ ପ୍ରଥମେ ୬ଟି ସିଲିଣ୍ଡର ବଜାର ମୂଲ୍ୟରେ କିଣିବାକୁ ପଡିଥାଏ । ଯାହାକି ୭୫୦ରୁ ୯୦୦ ଟଙ୍କା ମଧ୍ୟରେ ପଡିଥାଏ । ଗୋଟିଏ ସିଲିଣ୍ଡର ଉପରେ ସବସିଡି ୨୪୦ରୁ ୨୯୦ ଟଙ୍କା ମିଳିଥାଏ । ଏହି ଆକଳନରୁ ସରକାର ପ୍ରଥମ ୬ଟି ସିଲିଣ୍ଡରର ରିଫିଲିଂ ସମୟରେ ପାଖାପାଖି ୧୭୪୦ ଟଙ୍କା ପ୍ରତି ଗ୍ରାହକଙ୍କ ପିଛା ଆଦାୟ କରିଥାନ୍ତି ।

ତେବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଡଟ୍ କମ୍ ନାମକ ସରକାରୀ େଓବସାଇଟ ମୁତାବକ ଏହି ଯୋଜନା ଆଧାରରେ କେବଳ ମହିଳାମାନେ ହିଁ ଆବେଦକ ହୋଇପାରିବେ । ଯେଉଁମାନଙ୍କର ନାଁ ବିପିଏଲ ଲିଷ୍ଟରେ ରହିଥିବ । ଏହାବ୍ୟତୀତ, ଆବେଦକଙ୍କ ନାମ ଉଭୟ ସାମାଜିକ-ଆର୍ଥିକ ଜନଗଣନା-୨୦୧୧ ତାଲିକାରେ ମଧ୍ୟ ଥିବା ଦରକାର । ଏକ ଆକଳନ ମୁତାବକ, ୨୪ କୋଟି ଘରେ ପାଖାପାଖି ୧୦ କୋଟି ପରିବାରଙ୍କ ଚୁଲା କାଠ, କୋଇଲାରେ ଜଳୁଛି , ଯାହାକି ସରକାରଙ୍କ ଏହି ଜନହୀତକର ଯୋଜନା ଠାରୁ ବହୁ ଦୂରରେ ରହିଛି ।